ଗଞ୍ଜାମ (ଏଟିଆର ବ୍ୟୁରୋ); ଆଜି ପହିଲି ରଜ । ସବୁଠି ଦେଖିବାକୁ ମିଳିଛି ଖୁସିର ଲହରୀ । ତେବେ ସମସ୍ତଙ୍କର ଖୁସି ଚାଲିଥିବା ଜଣଙ୍କ ପରିବାର ଉପରେ ଖସି ପଡିଛି ଦୁଃଖର ପାହାଡ । ଦୁଇ ଝିଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର । ମୃତ ଦୁଇ ଭଉଣୀ ହେଲେ ଦୀପା ଭୂୟାଁ ଏବଂ ଜିତା ଭୂୟାଁ । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ସକାଳୁ ଦୁଇ ଭଉଣୀ ଖୁସିରେ ବାହାରିଥିଲେ । କିନ୍ତୁ କୌଣସି ଏକ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଦୁଇ ଭଉଣୀ ବିଷ ପିଇ ଆତ୍ମହତ୍ୟା କରିଥିଲେ । ରଜରେ ଝିମାନେ ସଜେଇ ହୋଇ ମଉଜ କରୁଥିବା ବେଳେ ଦୁଇ ଝିଅଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ ।
ତେବେ ଏମାନଙ୍କ ମୃତ ଦେହ ଦେଖିବା ପରେ ପୋଲିସକୁ କବର ଦେଇଥିଲେ । ପୋଲିସ ଖବର ପାଇ ଗାଁରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ହେଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ରଜ ଝିଅଙ୍କର ବଡ ପର୍ବ । କିନ୍ତୁ ଆଜି ଭଳି ଦିନରେ ଦୁଇ ଦୁଇଟି ଝିଅକୁ ହରାଇବା ବହୁତ ବଡ ଦୁଃଖର ଘଟଣା ।