ବୌଦ୍ଧ ( ଏଟିଆର ବ୍ୟୁରୋ): ବୌଦ୍ଧ ୫୭ ନଂ ଜାତୀୟ ରାଜ ପଥରେ ଟ୍ରକ ଟ୍ରେଲର ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହିତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ପାଖାପାଖି ଭୋର ୫ ଟା ବେଳେ ଏହି ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ଦୁଇ ଗୋଡ କଟିଯାଇଥିବା ସୂଚନା ମିଳିଛି ।
ଗୁରୁତର ଅବସ୍ଥାରେ ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏଯାବତ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତଙ୍କର ପରିଚୟ ମିଳି ପାରି ନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ଡ୍ରାଇଭରଙ୍କ ରାତି ଅନିଦ୍ରା ହୋଇ ଗାଡି ଚଲାଇବାରୁ ଭାରସ୍ୟାମ ହରାଇ ଗାଡି ଦୁଇଟି ମୁହାମୁହିଁ ଧକ୍କା ହୋଇଥିବା ସାଧାରଣରେ ଆଲୋଚନା ହୋଇଛି । ଘଟଣା ସ୍ଥଳରେ ଗାଡିର ମାଲିକ ଦ୍ୱୟ ପହଞ୍ଚି ନଥିବା ଜଣା ପଡିଛି ।