ରାୟଗଡା ( ଏଟିଆର ବ୍ୟୁରୋ): ଓଭର ବ୍ରିିଜ ଉପରେ ଶୋଇବା ହେଲା କାଳ । ଅଜଣା ଗାଡି ଚଢି ଯିବାରୁ ଦୁଇଜଣ ଆହତ ହୋଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରେ । ସୂଚନା ଅନୁସାରେ ଗତକାଲି ରାତିରେ ରାୟଗଡା ସହରରେ ଥିବା ଓଭର ବ୍ରିଜ ଉପରେ ବୁଲା ବ୍ୟବସାୟୀ ମାନେ ଶୋଇଥିବା ବେଳେ ଗୋଡ ଉପରେ ଗାଡି ଚଢି ଯାଇଥିଲା ।
ଆହତ ମାନେ ବଲାଙ୍ଗୀର ଜିଲ୍ଲାର ଅର୍ଜୁନ ଶବର(୧୨) ଓ ଶେଖର ଶବର (୧୪)ଙ୍କ ଉପରେ ଏକ ଅଜଣା ଗାଡି ଚଢି ଯାଇଥିଲା । ଯାହା ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି । ସେମାନେ ବଲାଙ୍ଗୀର ପାଟଣା ଗଡ ଅଞ୍ଚଳର ବୋଲି ଜଣାପଡିଛି । ରଥଯାତ୍ରା ଅବସରରେ ପେଟପାଟଣା ପାଇଁ ବୁଲିବୁଲି ବେପାର କରିବା ପାଇଁ ଏଠାକୁ ଆସିଥିଲେ । ନିଜର ଘର ନଥିବାରୁ ଗତକାଲି ରାତିରେ ପାଞ୍ଚଜଣ ଓଭର ବ୍ରିଜ ଉପରେ ଶୋଇଥିଲେ ।
ଶୋଇଥିବା ସମୟରେ ଏକ ଅଜଣା ଗାଡି ସେମାନଙ୍କ ଭିତରୁ ଦୁଇଜଣଙ୍କ ଗୋଡ ଉପରେ ଚଢି ଯାଇଥିଲା । ଯାହା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପରିବାର ଲୋକେ ରାୟଗଡା ଡାକ୍ତରଖାନାରେ ଭତ୍ତି କରାଯାଇଛି । ସେଠାରେ ଉଭୟଙ୍କ ଅବସ୍ଥା ସଂଙ୍କଟାପର୍ଣ୍ଣ ଥିବା ସୂଚନା ମିଳିଛି । ଏନେଇ ଡାକ୍ତରଖାନା ପକ୍ଷରୁ ପୋଲିସକୁ ଖବର ଦିଆଯିବ ପରେ ପୋଲିସ ଡାକ୍ତଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇଛି ।