ଝାରସୁଗୁଡା ( ଏଟିଆର ବ୍ୟୁରୋ): ଝାରସୁଗୁଡା ଜିଲ୍ଲାବେଲ ପାହାଡ ଅଞ୍ଚଳରେ ଆଜି ଘଟିଛି ଏକ ଅଘଟଣ । ମା ଝିଅ ଫୁଲ ତୋଳିବାକୁ ଯାଇଥିବା ବେଳେ ହୋଇଛନ୍ତି ଭାଲୁ ଆକ୍ରମଣର ଶିକାର । ଭାଲୁ ଆକ୍ରମଣ କରିବା ପରେ ମା ଝିଅ ଗୁରୁତର ହୋଇ ଏବେ ଟିଆରଏଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ବେଲ ପାହାଡ ଅଞ୍ଚଳର ଜନାଗଡ କଲେଜ ପଡିଆ ପାଖ ଅଞ୍ଚଳର କାହ୍ନୁ ମେହେରଙ୍କ ପତ୍ନି ଅନିତା ମେହେର ଏବଂ ତାଙ୍କ ଝିଅ ରଶ୍ମି ମେହେର ( ୧୬) ଆଜି ଭୋରୁ ଫୁଲ ତୋଳିବା ପାଇଁ ଯାଇଥିବା ବେଳେ ସେଠାରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ।
ତେବେ ମା ଝିଅ ଆକ୍ରମଣ ପରେ ଜୋରରେ ଚିକ୍ରାର କରିବା ଫଳରେ ସ୍ଥାନୀୟ ଲୋକ ମାନେ ପାଟି ଶୁଣି ସେଠାକୁ ଯାଇଥିଲେ । ସେଠାରେ ମହୁ କଷ୍ଟରେ କିଛି ଲୋକ ମା ଝିଅଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ଭାଲୁ ଆକ୍ରମଣର ଶିକାର ହୋଇଥିବା ମା ଝିଅଙ୍କୁ ଟିଆରଏଲ ହସ୍ପିଟାଲକୁ ନେଇଥିଲେ । ଭାଲୁ ଆକ୍ରମଣରେ ଉଭୟ ମା ଓ ଝିଅଙ୍କ ଶରୀରରେ କ୍ଷତ ହୋଇଛି । ରକ୍ତସ୍ରାବ ଅଧିକ ହୋଇଛି ।
ସେମାନଙ୍କ କହିବା ଅନୁସାରେ ସେମାନେ ଫୁଲ ତୋଳିବାକୁ ଯାଇଥିବା ବେଳେ ଏକ ଭାଲୁ ସେମାନଙ୍କୁ ଦେଖି ସେମାନଙ୍କ ଗୋଡକୁ ଧରିବାକୁ ଚେଷ୍ଟା କରିଥିଲା । ଜଣେ ଆର ଜଣଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲାରୁ ସେ ଆରଜଣଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ଉଭୟ ମା ଓ ଝିଅଙ୍କ ଜଙ୍ଘରେ କ୍ଷତ ହୋଇଛି ।