ଗଞ୍ଜାମ (ଏଟିଆର ବ୍ୟୁରୋ); ସନ୍ଦେହ ଘେରରେ ଯୁବତୀଙ୍କ ମୃତ୍ୟୁ । ହତ୍ୟା ନାଁ ଆତ୍ମହତ୍ୟା ତାହା ଜଣା ପଡିନାହିଁ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ରେଳ ଧାରଣା ନିକଟରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ନାଁ କୁମୁଦୁନୀ ବୋଲି ଜଣା ପଡିଛି । ସେ କଟକ ବଡ ମେଡିକାଲ କର୍ମଚାରୀ ବୋଲି କୁହାଯାଉଛି । କାରଣ ତାଙ୍କ ମୃତ ଦେହ ନିକଟରେ ଏକ ଏଟିମଏମ କାର୍ଡ,ମୋବାଇଲ ଫୋନ,ବ୍ୟାଗ ଏବଂ ଟ୍ରେନ ଟିକେଟ ଉଦ୍ଧାର ହୋଇଛି । ଏଟିଏମ କାର୍ଡରେ କୁମୁଦୁନୀ ଲେଖା ରହିଛି । ଏଣୁ ତାଙ୍କ ନାମ କୁମୁଦୁନୀ ବୋଲି ଅନୁମାନ କରାଯାଇଛି । ତେବେ ଏହି ଖବର ଗୋଳନ୍ଥରା ପୋଲିସ ପାଇବା ପରେ ଘଟଣା ସ୍ଥଳରେ ପହଁଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି ।
ମିଳିଥିବା ସୂଚନା ମୁତାବକ ସକାଳୁ ରେଳ ଧାରଣା ପାଖରେ ଯୁବତୀଙ୍କ ମୃତ ଦେହ ଦେଖିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇ ଯାଇଥିଲେ । ଏହା ପରେ ଲୋକ ଶବ ପାଖକୁ ଯାଇ ପ୍ରଥମେ ଚିହ୍ନିବା ପାଇଁ ଚେଷ୍ଠା କରିଥିଲେ । ମାତ୍ର ଯୁବତୀ ଜଣକ ସ୍ଥାନୀୟ ଅଞ୍ଜଳର ନୁହେଁ ବୋଲି ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଜି ବ୍ୟାଗ ଖେଲି ଦେଖିବା ପରେ ସେଥିରୁ ଟିକେଟ ଏବଂ ମୋବାଇଲ ପାଇଥିଲା । ଏହାପରେ ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ଏବଂ ତଦନ୍ତ ଚଳାଇଛି ।
ତେବେ ମୃତ ଦେହ ଉଦ୍ଧାର ହେବା ପରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି । କିଏ କହୁଛି ଆତ୍ମହତ୍ୟା କରିଛି ତ ଆଉ କିଏ କହୁଛି ହତ୍ୟା କରାଯାଇଛି । କାରଣ ଯୁବତୀ ହୋଇଥିବାରୁ ପ୍ରେମ ସମ୍ପର୍କରୁ କେହି ହତ୍ୟା କରିବା ପରେ ଫୋପାଡି ଚାଲି ଯାଇଥିବା ଚର୍ଚ୍ଚା ହେଉଛି । ସେପଟେ ଆଉ କେତେକ ଏହାକୁ ଆତ୍ମଯତ୍ୟାରୁ ରୂପ ଦେଉଛନ୍ତି । ମାତ୍ର କେତେକ ଲୋକ ସନ୍ଦେହ କରୁଛନ୍ତି କି ଯୁବତୀ ବୋଧ ହୁଏ ଟ୍ରେନରୁ ଖସି ପଡିଛନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଛି । ସେ ଯାହାବି ହେଉ ବ୍ୟବଛେଦ ରିପୋର୍ଟ ଏବଂ ପୋଲିସର ତଦନ୍ତ ପରେ ସବୁ ସତ ପଦାକୁ ଆସିବ ବୋଲି ଆଶା କରାଯାଇଛି ।