ପୁଡୁଚେରୀ(ଏଟିଆର ବ୍ୟୁରୋ) : ପୁଡୁଚେରୀ ଲେଫ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କ ମନୋଭାବକୁ ନେଇ ନାରାୟଣ ସ୍ୱାମୀ ସରକାର ପରେ ବର୍ତ୍ତମାନ ଡାକ୍ତର ଏବଂ ନର୍ସମାନେ ଆଜି ରାସ୍ତାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଆଜି ପ୍ରାୟ ସକାଳ ୮ ଟାରୁ ୧୦ ଟା ପର୍ୟ୍ୟନ୍ତ ଦୁଇ ଘଣ୍ଟା ପ୍ରଦର୍ଶନ କରିଥିଲେ। ମେଡିକାଲ କର୍ମଚାରୀମାନେ ଦାବି କରିଛନ୍ତି ଯେ ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ତାଙ୍କ ଆଚରଣ ପାଇଁ କ୍ଷମା ମାଗନ୍ତୁ।
୧୮ ଜୁଲାଇରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ପୁଡୁଚେରୀର ଏକ ମେଡିକାଲକକୁ କରୋନା ସ୍ପେଶାଲ ସେଲ ଯାଞ୍ଚ କରିବାକୁ ଯାଇଥିଲେ। ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଅଶ୍ଳୀଳ ତଥା ଧମକପୂର୍ଣ୍ଣ ଆଚରଣ କରିଥିବା କଥାକୁ ନେଇ ବିକ୍ଷୋଭକାରୀ ମେଡିକାଲ କର୍ମଚାରୀମାନେ କିରଣ ବେଦୀ ତାଙ୍କ ଆଚରଣ ପାଇଁ କ୍ଷମା ମାଗନ୍ତୁ ଏବଂ ଭବିଷ୍ୟତରେ କେବେବି ଏମିତି ଆଚରଣ କରିବେ ନାହିଁ ବୋଲି ଦାବି କରିଥିଲେ।
ଗତକାଲି ଅର୍ଥାତ୍ ସୋମବାର ଦିନ ଡାକ୍ତର, ନର୍ସ ଏବଂ ମେଡିକାଲ୍ ଅଧିକାରୀମାନେ ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କ ବିରୋଧରେ ଏକ କଳା ବ୍ୟାଣ୍ଡେଜ୍ ପ୍ରଦର୍ଶନ କରିଥିଲେ। ମେଡିକାଲ କର୍ମଚାରୀମାନେ କିରଣ ବେଦୀଙ୍କ ବିଭାଗକୁ ପରିଚାଳନା କରିବାର ଉପାୟକୁ ନିନ୍ଦା କରିଥିଲେ। ଆଜି ଡାକ୍ତର ଓ ନର୍ସମାନେ ସରକାରୀ ଡାକ୍ତରଖାନାରେ ଦୁଇ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଲେଫ୍ଟନାଣ୍ଟ ରାଜ୍ୟପାଳଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।ଏହି ଘଟଣାକୁ ନେଇ ପରେ ବେଦୀଙ୍କ ତରଫରୁ ସେ କ୍ଷମା ମାଗୁଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।