ବାରଙ୍ଗ (ଏଟିଆର ବ୍ୟୁରୋ); ଓଡିଶା କ୍ୟାନସର୍ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ରତାଗଡ ନିକଟରେ ପ୍ରସ୍ତାବିତ ଟାଟା ମେମୋରିଆଲ କର୍କଟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଟାଟ ଗ୍ରୁପ୍ ମୁଖ୍ୟ ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ । ଟାଟା ଟ୍ରଷ୍ଟ ସହାୟତାରେ ନିର୍ମାଣ ହେବ ହସ୍ପିଟାଲ । ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେଇଛନ୍ତି ।
ଟାଟା ଟ୍ରଷ୍ଟ୍ ସହଯୋଗରେ ଏହି ହସ୍ପିଟାଲ୍ ନିର୍ମାଣ କରାଯିବ। ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲ୍ ଶୈଳୀରେ ଏହା ନିର୍ମାଣ କରାଯିବ। ଅଙ୍କୋ ମେଡିସିନ୍, ଅଙ୍କୋ ସର୍ଜରୀ, ରେଡିଏସନ୍ ଥେରାପି ଓ କେମୋ ଥେରାପି ଭଳି ସବୁ ସବୁଧା ଏଠାରେ ଉପଲବ୍ଧ ହେବ। ଏହା ପୂରା ପୂର୍ବ ଭାରତରେ କ୍ୟାନସର ଚିକିତ୍ସାର ପେଣ୍ଠସ୍ଥଳୀ ପାଲଟିବ।
ପ୍ରକଳ୍ପର ଭିତ୍ତିପ୍ରସ୍ତର ଶିଳାନ୍ୟାସରେ ରତନ ଟାଟା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଟକ ସାଂସଦ ଭର୍ତ୍ତୃହରି ମହତାବ୍, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବନି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।