ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଆରମ୍ଭରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋବରେ ଲାଗିଛି । ପିଲାଙ୍କ ଭଲ ନମ୍ବର ପାଇଁ ପ୍ରଶ୍ନ ପାଇବା ପରେ ଅଭିଭାବକମାନେ ପାଚେରୀ ଡେଇଁ କପି ଦେବା ପାଇଁ ବହାରି ପଡିଛନ୍ତି । ସୁରକ୍ଷା କର୍ମୀ ଏବଂ ସେଣ୍ଟର କର୍ତ୍ତୃପକ୍ଷ ଥିଲେ ମଧ୍ୟ ଏହାକୁ ଖାତିର ନକରି ପିଲାଙ୍କୁ କପି ଦେପାରେ ବ୍ୟସ୍ତ ରହିଛନ୍ତି ଅଭିଭାବକ । ସ୍କୁଲ ହତା ଭିତରେ ପଶି ଝରକା ପଟେ କପି ଦେଉଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଳକ ପଳାଶିପିଠା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟ ଏବଂ ବଲାଙ୍ଗୀର ଘୁନସରା ପରୀକ୍ଷା ସେଣ୍ଟରରେ । କେବଳ ଏହି ଦୁଇଟି ନୁହେଁ ରାଜ୍ୟର ଏଭଳି ବିଭିନ୍ନ ସେଣ୍ଟରରେ ପ୍ରଶ୍ନପତ୍ର ଲିକ ହେବା ପରେ ଅଭିଭାବକମାନେ ଖୁଲମଖୁଲା କପି ଦେଉଥିବା ଅଭିଯୋଗ ହେଉଛି ।
ପୂର୍ବବର୍ଷ ପ୍ରଶ୍ନପତ୍ର ଲିକକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ଏଣୁ ଚଳିତ ବର୍ଷ କଡା ସୁରକ୍ଷା ମଧ୍ୟରେ ପରୀକ୍ଷା ହେବ ବୋଲି ପୂର୍ବରୁ ସୂଚନା ମିଳିଥିଲା । କିନ୍ତୁ ପରୀକ୍ଷା ଆରମ୍ଭରୁ ହିଁ ସାହାଣ ମେଲା ହେଲା ଭଳି ପ୍ରଶ୍ନପତ୍ର ଭାଇରାଲ ହେବାରେ ଲାଗିଛି । ସୋମବାର ଇଂଲିସ ବିଷୟର ପ୍ରଶ୍ନ ଭାଇରାଲ ହେବା ପରେ ଅଭିଭାବକମାନେ ଖୁଲମଖୁଲା କପି ଯୋଗାଇଥିଲେ । ପୂର୍ବରୁ ବିହାରରେ ମେଟ୍ରିକ ପରୀକ୍ଷା ସମୟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଥିଲା ଏବ ସେହି ଷ୍ଟାଇଲରେ ଓଡିଶାରେ ମଧ୍ୟ କପି ଯୋଗା ଯାଉଥିବା ନଜର ଆସୁଛି ।