ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ପାଇଁ ମାଟ୍ରିକ ଖାତା ଦେଖା ବିଳମ୍ବ ହୋଇଥିବାରୁ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ସେନେଇ ଛାତ୍ରାଛାତ୍ରୀ ଚିନ୍ତାରେ ରହିଥିଲେ । କିନ୍ତୁ ପରୀକ୍ଷା ଫଳ ଜୁଲାଇ ମାସ ୩୧ ତାରିଖ ଭିତରେ ପ୍ରକାଶ ପାଇବ ବୋଲି ଜଣାପଡିଛି । ଏନେଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି କି, ମ୍ୟାଟ୍ରିକ ଖାତା ଦେଖା ଶେଷ ହୋଇ ସାରିଲାଣି କିନ୍ତୁ ଏବେ ଟାବୁଲେସନ ଚାଲିଛି । ଜୁଲାଇ ୩୧ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବ । ସେ ଆହୁରୀ ମଧ୍ୟ କହିଛନ୍ତି କି ଯୁକ୍ତ ୨ ଖାତା ଦେଖାରେ ସମସ୍ୟା ଦେଖାଦେଉଛି । ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଶଟଡାଉନ୍ ପାଇଁ ମୂଲ୍ୟାୟନ କେନ୍ଦ୍ରକୁ ଆସୁନାହାନ୍ତି ।