ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠାରୁ ଅନଲାଇନରେ ପାଠପଢିବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ ଟ୍ୟୁବରେ ପାଠପଢାଯାଉଛି । ଏଥିରେ ସଫଳତା ହେବା ପରେ ଯୁକ୍ତ ଦୁଇ ପିଲାଙ୍କ ପ୍ରତି ଏଭଳି ନିଷ୍ପତ୍ତି ଦେଇଛନ୍ତି ସରକାର ।
ଯେଉଁପିଲାମାନେ କରୋନା ପାଇଁ ପାଠପଢିବା ପାଇଁ କ୍ଲାସରୁମକୁ ଆସୁନାହାନ୍ତି ସେମାନେ ଘରେ ରହି ୟୁଟ୍ୟୁରେ ସମସ୍ତ ସିଲାବସ ପଢିପାରିବେ । ଯାହାଫଳରେ ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହେବେ ବୋଲି ସମୀର ଦାସ କହିଛନ୍ତି । ଯେଉଁ ଛାତ୍ରଛାତୀଙ୍କ ଅଭିଭାବକ ମାନେ ଅନୁମତି ଦେଉନାହାନ୍ତି ସେମାନଙ୍କ ପିଲାମାନେ ଘରେ ରହି ପାଠ ପଢିପାରିବେ ।