ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଚଳିତ ବର୍ଷ ବଦଳିବ ଯୁକ୍ତ୨ ପରୀକ୍ଷା ଢାଞ୍ଚା । ପରୀକ୍ଷାରେ ପରିବର୍ତ୍ତନ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଯେଉଁ ଛାତ୍ରଛାତ୍ରୀ ୨୦୧୬ ମସିହା କିମ୍ବା ପରେ ପଞ୍ଜିକୃତ ହୋଇଛନ୍ତି ସେମାନଙ୍କ ପାଇଁ କମିଥିବା ସିଲାବସ୍ ରୁ ପ୍ରଶ୍ନ ଆସିବ ।
ପ୍ରଶ୍ନ ପତ୍ରରେ ୫୦ ପ୍ରତିଶତ ମଲ୍ଟିପୁଲ ପ୍ରଶ୍ନ ରହିବ ଏବଂ ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ । ସେହିପରି ହାରାହାରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ ଏବଂ ହାରାହାରି ୨୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ । ଅନ୍ୟପଟେ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରତି ପ୍ରଶ୍ନ ୨ କିମ୍ବା ୩ ମାର୍କ ରହିବ ଏବଂ ଦୀର୍ଘ ଉତ୍ତରମୂଳକର ପ୍ରତି ପ୍ରଶ୍ନ ୫ ମାର୍କ ରହିବ ।
କିନ୍ତୁ ୨୦୧୫ ମସିହା କିମ୍ବା ପୂର୍ବରୁ ପଞ୍ଜିକୃତ କରିଥିବା ପରୀକ୍ଷାର୍ଥୀମାନଙ୍କର ସିଲାବସ୍ ଏବଂ ପ୍ରଶ୍ନପତ୍ର ଢାଞ୍ଚା ପୂର୍ବ ଭଳି ରହିବ । କୌଣସି ପରିବର୍ତ୍ତନ ହେବ ନାହିଁ ।