ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପରିକ୍ଷା ଫଳ ଆଜି ପ୍ରକାଶ ପାଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ୍ ହାର ଖୁବ୍ କମ ହୋଇଛି । ବିଜ୍ଞାନ ବିଭାଗରେ ୯୬,୧୭୫ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଥିବା ବେଳେ ସେଥିରୁ ୭୩,୨୧୧ ଜଣପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଅର୍ଥାତ ବିଜ୍ଞାନରେ ପାସ୍ ହାର ୭୬.୯୮ ପ୍ରତିଶତ ରହିଛି । ଛାତ୍ରଛାତ୍ରୀମାନେ www.chseodisha.nic.in , www.odisharesults.nic.in ମାଧ୍ୟମାରେ ସେମାନଙ୍କର ଫଳାଫଳ ଜାଣି ପାରିବେ ।
ଆଜି ପୂର୍ବାହ୍ନ ୧୧ଟା ବେଳେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ବିଭାଗରେ ପ୍ରଥମ ଶ୍ରେଶୀରେ ୧୯,୫୬୧ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୪,୧୬୪ ଏବଂ ତୃତୀୟ ଶ୍ରେଣୀରେ ୨୮,୯୬୮ ଜଣ ଛାତ୍ର-ଛାତ୍ରୀ ପାସ୍ କରିଛନ୍ତି । ଏଥିରୁ ଛାତ୍ର ସଂଖ୍ୟା ୪୨,୮୮୬ ଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ରହିଛି ୩୦,୩୨୫ । ଏହି ପରୀକ୍ଷାରେ ଝିଅମାନଙ୍କୁ ପଛରେ ପକାଇ ପୁଅମାନେ ବାଜି ମାରି ନେଇଛନ୍ତି ।
ଗତ ମାର୍ଚ୍ଚ ୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୧୧୦୪ଟି ପରୀକ୍ଷା କେନ୍ଦ୍ରରେ ୩,୬୫,୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରୁ ବିଜ୍ଞାନ ବିଭାଗରେ ଥିଲେ ୯୬,୧୭୫ ଥିବା ବେଳେ କଳା ବିଭାଗରେ ୨,୩୩,୯୭୮ ଏବଂ ବାଣିଜ୍ୟ ବିଭାଗରେ ୨୭,୪୪୭ ଛାତ୍ରଛତ୍ରୀ ପରୀକ୍ଷା ଦେଇଥିଲେ ।