ବ୍ରହ୍ମପୁର (ଏଟିଆର ବ୍ୟୁରୋ):ଲକ ଡାଉନର ଫ୍ରି ସମୟକୁ ସଦୁପଯୋଗ କରିଛନ୍ତି ଇଶିତା ଆଚାର୍ଯ୍ୟ । ସେ ଭାରତର ସବୁଠାରୁ କନିଷ୍ଠ ଲେଖିକା ଭାବେ ଭାରତୀୟ ବୁକ ରେକର୍ଡରେ ସ୍ଥାନ ପାଇଛନ୍ତି । ମାତ୍ର ଆଠ ବର୍ଷ ବୟସରେ ଇଶିତା ଭାରତର ହିନ୍ଦୁ ମହାକାବ୍ୟକୁ ଇଂରାଜୀରେ ଅନୁବାଦ କରିପାରିଛନ୍ତି । ସେ ବର୍ତ୍ତମାନ ତାଙ୍କ ପରିବାର ସହିତ ଚେନ୍ନାଇରେ ରହୁଛନ୍ତି । ଏତେ କମ ବର୍ଷରେ ସେ ହିନ୍ଦୁ ମହାକାବ୍ୟକୁ ଇଂରାଜୀରେ ଅନୁବାଦ କରି ପ୍ରାୟ ୫୭ ପେଜରେ ଶେଷ କରିଥିଲେ । ଇଶିତା ଏବେ ଏନଏସଏନ ମେମୋରିଆର ସ୍କୁଲରେ କ୍ଲାଶ ୩ରେ ପଢୁଛନ୍ତି । ତାଙ୍କୁ ଏହି ମହାକାବ୍ୟ ଅନୁବାଦ କରିବାପାଇଁ ପ୍ରାୟ ୨୨ ଦିନ ଲାଗିଥିଲା । ତାଙ୍କ ଅବିଭାବକ କହିଛନ୍ତି ସେ ତାଙ୍କ ପିଲାଦିନୁ ଧାର୍ମିକ ଗ୍ରନ୍ଥ , ଧାର୍ମିକ ଧାରାବାହିକ ଓ ଫିଲ୍ମକୁ ବହୁତ ପସନ୍ଦ କରିଆସୁଛନ୍ତି । ତେଣୁ ଲକ ଡାଉନ ସମୟରେ ସ୍କୁଲ ଛୁଟି ଥିବା ବେଳେ ସେ ରାମାନନ୍ଦ ସାଗରଙ୍କ ଏହି ରମଣୀୟ ଓ ବିଚିତ୍ର ଟିଭି ଧାରାବାହିକ ରାମାୟଣ ଦେଖୁଥିଲେ । ପରେ ଏହାର କଥା ସାରକୁ ସେ ଇଂରାଜୀରେ ଅନୁବାଦ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
ଇଶିତାଙ୍କ ବାପା ସଞ୍ଜୟ ଆଚାର୍ଯ୍ୟ କହିଛନ୍ତି ସେ ମେ ମାସରେ ରାମାୟଣର ଇଂରାଜୀ ଅନୁବାଦ ଆରମ୍ଭ କରିଥିଲେ ଓ ତାକୁ ମାତ୍ର ୨୨ ଦିନରେ ଶେଷ କରିଥିଲେ । ପରେ ତାଙ୍କ ଅବିଭାବକ ଇଣ୍ଡିଆ ବୁକ୍ସ ଅଫ ରେକର୍ଡକୁ ନିଜ ଝିଅର ଏପରି ଅବଦାନ ବିଷୟରେ ଜଣାଇଥିଲେ ଓ ଇଂରାଜୀରେ ଅନୁବାଦ ହୋଇଥିବା ରାମାୟଣର ବହିକୁ ଡକ୍ୟୁମେଣ୍ଟ ମାଧ୍ୟମରେ ସେଣ୍ଟ କରିଥିଲେ । ଏହା ପରେ ସେମାନେ ବହିର ଫୋଟ ମଧ୍ୟ ପଠାଇଥିଲେ । ପରେ ଭାରତୀୟ ପୁସ୍ତକ ରେକର୍ଡ ତାଙ୍କ ଲେଖାକୁ ଅନୁଧ୍ୟାନ କରି ତାଙ୍କ ଲେଖାକୁ ପସନ୍ଦ କରିଥିଲେ ଏବଂ ଇଶିତାଙ୍କ ନାମକୁ ଇଣ୍ଡିଆ ବୁକ୍ସ ଅଫ ରେକର୍ଡରେ ସ୍ଥାନ ଦେଇଥିଲେ । ତାଙ୍କୁ ସାର୍ଟିଫିକେଟ ମିଳିବା ସହିତ ଗୋଲ୍ଡ ମେଡାଲ ମଧ୍ୟ ପ୍ରଦାନ କରାଯାଇଥିଲା ।
ନିଜର ଏହି ସଫଳତାକୁ ନେଇ ଅଧିକ ଖୁସି ଥିବା କହିଛନ୍ତି ଇଶିତା ଓ ସେ ତାଙ୍କ ଅଭିଭାବକଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଏବେ ତାଙ୍କର ସ୍ୱପ୍ନ ବିଭିନ୍ନ ବିଷୟବସ୍ତୁ ଉପରେ ଲେଖି ଲିମକା ବୁକ ଅଫ ରେକର୍ଡରେ ଓ ଗିନିଜ ବୁକ ଅଫ ରେକର୍ଡରେ ତାଙ୍କ ନାମକୁ ସ୍ଥାପିତ କରିବେ । ଇଶିତା ଛୋଟବେଳୁ ନିଜ ଜେଜେ ମାଙ୍କ ଠାରୁ ବିଭିନ୍ନ ପୌରାଣିକ ଓ ଆଧ୍ୟାତ୍ମିକ କାହାଣୀ ଶୁଣିବାକୁ ପସନ୍ଦ କରୁଥିବା ତାଙ୍କ ମା’ ରଶ୍ମିତା ଆଚାର୍ଯ୍ୟ ଓ ପିତା ସଞ୍ଜୟ ଆଚାର୍ଯ୍ୟ କହିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024