ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତିଦିନ ଦୁର୍ଘଟଣା ଘଟି ଲୋକ ମାନେ ମୃତ୍ୟୁ ବରଣ କରୁଛନ୍ତି । ଏହି ଦୁର୍ଘଟଣାରେ ଅଧିକାଂଶ ଯୁବପିଢି ମାନେ ମୃତ୍ୟୁବରଣ କରୁଛନ୍ତି । ଅନ୍ୟପଟେ ଲୋକ ମାନଙ୍କୁ ସଚେତନତା କରିବା ପାଇଁ ସରକାରଙ୍କ ତରଫରୁ ସଡକ ସୁରକ୍ଷା ଉପରେ ବିଭିନ୍ନ ପ୍ରକାରର ସଚେତନତା ମୂଳକ କାର୍ଯ୍ୟ କରାଯାଉଛି । ତେବେ ଛାତ୍ରଛାତ୍ରୀ ମାନଙ୍କୁ ସଡକ ସୁରକ୍ଷା ବିକ୍ଷୟରେ ଅବଗତ କରାଇବାକୁ ଏଣିକି ପାଠପଢା ଯିବ । ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ସଡକ ସୁରକ୍ଷା ବିଷୟରେ ପାଠପଢା ଯିବ ।
ଦିନକୁ ଦିନ ହେଉଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ଆବଶ୍ୟକ । ଏନେଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଠ୍ୟକ୍ରମରେ ସଡକ ସୁରକ୍ଷା ବିଷୟ ସାମିଲ କରାଯିବା ନେଇ ଆଜି ଏକ ବୈଠକ ବସିଥିଲା । ବୈଠକରେ ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡକ ସୁରକ୍ଷା ବିଷୟ ରଖାଯିବ ନେଇ ନିଷ୍ପତି ନିଆଯାଇଛି । ଏହି ସଡକ ସୁରକ୍ଷା ବିଷୟରେ କଣ ବିଷୟ ବସ୍ତୁ ରହିବ ତାହା ଗଣଶିକ୍ଷା ବିଭାଗ ନିଷ୍ପତି ନେବ । ବୈଠକ ପରେ ଏନେଇ ପରିବହନ କମିଶନ ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।