ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଜିଠୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନାମ ଲେଖା ପ୍ରକ୍ରିୟା ଆସନ୍ତା ମେ ୩୧ ସୁଦ୍ଧା ଶେଷ ହେବ । ସେଥିପାଇଁ ଗଣଶିକ୍ଷା ବିଭାଗ ଏସଓପି ମଧ୍ୟ ଜାରି କରିଛି ।
ଏହି ନାମଲେଖା ପ୍ରକ୍ରିୟା ସକାଳ ୯ ଟାରୁ ପୂର୍ବାହ୍ନ ସାଢେ ୯ଟା ଯାଏଁ ଚାଲିବ । ସେହିପରି ସମସ୍ତ କୋଭିଡ ଗାଇଡଲାଇନ ପାଳନ କରି ନାମଲେଖା ପ୍ରକ୍ରିୟା କରିବାକୁ ସମସ୍ତ ଡିଇଓ, ବିଇଓ ଓଡିସିପିଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ନିର୍ଦ୍ଦେଶ । ନାମଲେଖା କକ୍ଷକୁ ଏକାସଙ୍ଗରେ ୫ରୁ ଅଧିକ ଅଭିଭାବକ ପ୍ରବେଶ କରି ପାରିବେ ନାହିଁ । ସେହିପରି ମାସ୍କ ପିନ୍ଧିବା, ସାନିଟାଇଜ୍ ଏବଂ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି ।
ଏନେଇ ସ୍କଲ ନୋଟିସ ବୋର୍ଡରେ ବିଜ୍ଞପ୍ତି ଲଗାଯିବା ସହ ଶିକ୍ଷା ସଂଯୋଗ ହ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ଅଭିଭାବକ ଏବଂ ସିଆରସିଙ୍କୁ ସ୍କୁଲଗୁଡିକ ଅବଗତ କରାଇବେ ।