ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଲକ୍ ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି । ଇତିମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍ ୧୭ ଯାଏଁ ବନ୍ଦ ଘୋଷଣା କରାଯାଇଛି । ଯାହାଫଳରେ ପିଲାମାନଙ୍କର ପରୀକ୍ଷା ଅଧାରେ ଅଟକି ରହିଛି । ଏହାକୁ ନେଇ ଆଜି ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ଗଣମାଧ୍ୟମକୁ ସାକ୍ଷାତ କରି ମନ୍ତ୍ରୀ କହିଛନ୍ତି କି ଉଚ୍ଚ ଶିକ୍ଷା ବିଭାଗକୁ କ୍ରିଟିକାଲ ବିଭାଗ ଭାବେ ଘୋଷଣା କରାଯାଇଛି । ଆଗାମୀ ଏପ୍ରିଲ ୨୦ ତାରିଖରୁ କ୍ଲାସ ୧ ଅଫିସରମାନେ ଅଫିସ ଆସିବେ । ଏହାସହିତ ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁନ୍ ୧୭ ଯାଏଁ ବନ୍ଦ ଘୋଷଣା କରାଯାଇଛି । ଜୁନ୍ ୧୭ ପରେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବା ପରେ ସମସ୍ତ ସେମିଷ୍ଟାର ଏବଂ ଅନ୍ୟାନ୍ୟ ପରୀକ୍ଷା କରାଯିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଏହି ବନ୍ଦ ମଧ୍ୟରେ ପିଲାମାନେ ଘରେ ରହି ନିଜକୁ ପ୍ରସ୍ତୁତ କରନ୍ତୁ । ଏନଟ୍ରାନ୍ସ କେବେ ହେବ ସେନେଇ ବହୁତ ଶୀଘ୍ର ପଦକ୍ଷେପ ନିଆଯିବ । ସେଥିାପଇଁ ୟୁଜିସି ପକ୍ଷରୁ ୭ ଜଣିଆ ଟିମ୍ ଗଠନ କରାଯାଇଛି । କିନ୍ତୁ ବର୍ତ୍ତମାନ ସ୍ଥିତି ରେ କୌଣସି ପରୀକ୍ଷା ହେବା ସମ୍ଭବ ନୁହେଁ ।