ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କରୋନା ମିଟର ଉପର ମୁହାଁ । ଏହାକୁ ଦୃଷ୍ଟିରେ ଏବେ ରାଜ୍ୟରେ କଟକଣା କଡାକଡି କରାଯାଇଛି । ଏହାସହିତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ କରିବାର ନିଷ୍ପତି ନିଆଯାଇଛି । ସେହିଅନୁଯାୟୀ ଆଜିଠୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । କ୍ଲାସରୁମ୍ ପାଠପଢା ସମେତ ହଷ୍ଟେଲ ମଧ୍ୟ ବନ୍ଦ କରିବାର ନିଷ୍ପତି ନିଆଯାଇଛି । ଏନେଇ ନିକଟରେ ଘୋଷଣା କରାଯାଇଛି । ସେଥିପାଇଁ ହଷ୍ଟେଲରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ ହଷ୍ଟେଲ ଛାଡିଛନ୍ତି ।
ଗାଇଡଲାଇନ୍ ଅନୁଯାୟୀ ବିଶ୍ୱବିଦ୍ୟାଳୟ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ମାନଙ୍କରେ କେବଳ କର୍ମଚାରୀମାନେ କାମ କରିବେ । କୋଚିଂ ସେଣ୍ଟର ଗୁଡିକ ମଧ୍ୟ ବନ୍ଦ ରହିବ । ଅନଲାଇନ୍ ମାଧ୍ୟମରେ ଜାରି ରହିବ ପାଠପଢା । ଜାନୁଆରୀ ୩୧ ଯାଏଁ ଅଫଲାଇନ୍ ପାଠପଢା ବନ୍ଦ ରହିବ ବୋଲି ନିଷ୍ପତି ନିଆଯାଇଛି ।