ନୟାଗଡ (ଏଟିଆର ବ୍ୟୁରୋ); ସ୍ଥାନୀୟ ପଞ୍ଚୁପାଣ୍ଡବ ପାହାଡ ନିକଟରେ ୨୦୧୦ ବ୍ୟାଚର ବନ୍ଧୁ ମିଳନ ହୋଇଛି । ଏଥିରେ ବିଦ୍ୟାଳୟ ପଢ଼ିଥିବା ସମସ୍ତ ଛାତ୍ରୀ ଛାତ୍ରୀଙ୍କ ସମାଗମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ସେହି ବ୍ୟାଚରୁ ପୁଅ ଝିଅ ମିଶି ୪୦ରୁ ଅଧିକ ଯୋଗ ଦେଇଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଏକ ନିଆରା ଉପାୟରେ ପାଳନ ହୋଇଛି ଏହି ବନ୍ଧୁ ମିଳନ ପର୍ବ । କାରଣ ପାଠ ପଢ଼ା ସରିବା ପରେ ମଧ୍ୟ ଶିକ୍ଷା ଦେଇଥିବା ଗୁରୁଙ୍କୁ ଡାକି ମାନପତ୍ର ଦେବା ସହ ସମ୍ମାନିତ କରିଥିବା ଦେଖିବାକୁ ମିଳିଥିଲା । ବହୁଦିନ ପରେ ପୁରୁଣା ଛାତ୍ରଙ୍କ ସହ ମିଶିବା ପରେ ଗୁରୁମାନେ ବହୁତ ଖୁସିଥିବା ପ୍ରକାଶ କରିଛନ୍ତି ।
ଆୟୋଜିତ ହୋଇଥିବା ଏହି ବନ୍ଧୁ ମିଳନ ଉତ୍ସବରେ ଆଗୁଆ ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି ଉଭୟ ଛାତ୍ର ଛାତ୍ରୀ ଏବଂ ଗୁରୁଜୀ । ସବୁ ବର୍ଷ ଏହି ଡିସେମ୍ବର ଶେଷ ସପ୍ତାହରେ ପାଳନ ହୋଇଥାଏ ଏହି ବନ୍ଧୁ ମିଳନ । ତେବେ ଏତେ ବଡ ଆୟୋଜନ ସୈାମ୍ୟ ନଚିକେତା(ଚିକୁନ) ଏବଂ ବିଶ୍ୟଜିତଙ୍କ(ସୁନୀଲ) ପାଇଁ ସଫଳ ହୋଇଥାଏ ।