ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ବିଜୟ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସତ୍ୟନଗର ଶ୍ମଶାସନରେ କୋଭିଡ ନିୟମ ଅନୁସାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।
ଭୁବନେଶ୍ୱରରେ ତାଙ୍କ ପାର୍ଥିବ ଶରୀର ପହଁଚିବା ପରେ ରାଜ୍ୟସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଏବଂ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏହାପରେ ତାଙ୍କ ମର ଶରୀରର ଶେଷ ଦର୍ଶନ ପାଇଁ ବାରଙ୍ଗରେ ଥିବା ସାଇ ରେସିଡେନ୍ସିଆଲ ସ୍କୁଲ, ପଟିଆ ସାଇ ଇଂଟରନ୍ୟାସନାଲ ସ୍କୁଲ, ଏବଂ ଶାସ୍ତ୍ରୀ ନଗର ସ୍ଥିତ ବାସଭବନକୁ ନିଆଯାଇଥିଲା ।
ଗତକାଲି ହାଇଦ୍ରାବାଦର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ।
ବିଜୟ ସାହୁଙ୍କ ଅକାଳ ବିୟୋଗରେ ଏଟିଆର ପରିବାର ତରଫରୁ ବିନମ୍ର ଶ୍ରଦ୍ଧାଞ୍ଜଳୀ ।