ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏକାଧିକ ଦାବି ନେଇ ରାସ୍ତାକୁ ଓହ୍ଲାଇଛି ବିପିୟୁଟି ଛାତ୍ର ସଂଗଠନ । ରସୁଲଗଡ଼ ଛକରେ ଛାତ୍ରଛାତ୍ରୀମାନେ ଗାଡି ମୋଟର ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଭିଯୋଗ ଥିଲା ରେଜଲ୍ଟ ବାହାରିବାରୁ ନେଇ ୱେବସାଇଟ୍ ପର୍ଯ୍ୟନ୍ତ, ସବୁଥିରେ ସମସ୍ୟା ରହିଛି । ଖାଲି ଏତିକି ନୁହେଁ, ଠିକ ସମୟରେ ରେଜଲ୍ଟ ବାହାର କରିବା, ଅଭିଜ୍ଞ ଅଧ୍ୟାପକ ମାନେ ପରୀକ୍ଷା ଖାତା ଦେଖିବା, ରାଂଗି ଫ୍ରି କ୍ୟାମ୍ପସ ଗଠନ କରିବା, ଠିକ ଭାବେ ୱେବସାଇଟ ପରିଚାଳନା କରିବାକୁ ଦାବି ଜଣାଇଥିଲେ ଛାତ୍ରଛାତ୍ରୀ ।
ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ବୁଧବାର ସକାଳେ ଅଡି ବସିଥିଲେ ଛାତ୍ରଛାତ୍ରୀ । ତେବେ ଅଚାନକ ସଂଗଠନର ବିକ୍ଷୋଭ ଯୋଗୁ ବେଶ କିଛି ସମୟ ରାସ୍ତାରେ ଗାଡିମୋଟର ଚଳାଚଳ ଠପ ହୋଇଯାଇଥିଲା । ସେପଟେ ଖୁବଶୀଘ୍ର ଦାବି ପୂରଣ ନହେଲେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ ବୋଲି ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି ।