ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଥରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିଲାବସ କମ କରିବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) । ବୋର୍ଡ ମୁତାବକ, ଦଶମ ଏବଂ ଦ୍ୱାଦଶ ସିଲାବସରେ ପୁନଃ୨୦ ପ୍ରତିଶତ ହ୍ରାସ କରାଯିବ । ଏହାପୂର୍ବରୁ ଜୁଲାଇ ମାସରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମରେ ୩୦ ପ୍ରତିଶତ ହ୍ରାସ କରିଥିଲା ସିବିଏସଇ । ଏବେ ପୁଣି ଶିକ୍ଷା ବର୍ଷ ୨୦୨୦-୨୧ ପାଇଁ ବାର୍ଷିକ ପରୀକ୍ଷାରେ ମୋଟ ୫୦ ପ୍ରତିଶତ ସିଲାବସ ହ୍ରାସ କରିବାର ବିଚାର-ବିମର୍ଶ କରୁଛି ବୋର୍ଡ ।
ବୋର୍ଡ ଅଧିକାରୀଙ୍କ ମୁତାବକ, କରୋନା ସଂକ୍ରମଣ ବ୍ୟାପୁଥିବାରୁ ସ୍କୁଲ ନଖୋଲିବା ଯୋଗୁଁ ଏଭଳି ନିଷ୍ପତି ନିଆଯାଇଛି । ସେପ୍ଟମ୍ବର ମାସରେ ସ୍କୁଲ ଖୋଲିବା ନେଇ ଆଶ କରାଯାଉଥିଲା କିନ୍ତୁ ଏବେ ଅକ୍ଟୋବର ମାସ ହୋଇଗଲାଣି । ସ୍କୁଲ ଖୋଲିବା ନେଇ କୌଣସି ସ୍ପଷ୍ଟ ହୋଇନାହିଁ । ଏହାସହିତ ଏପର୍ଯ୍ୟନ୍ତ ଅନଲାଇନ କ୍ଲାସ ଗୁଡିକ ବି ସଠିକ ଭାବେ ପରିଚାଳିତ ହୋଇ ପାରୁ ନାହିଁ । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ ମାନେ ଯେପରି ଚାପ ଗ୍ରସ୍ତ ନହୁଅନ୍ତୁ , ସେଥିପାଇଁ ସିଲାବଲ କମ କରିବା ଉପରେ ବିଚାର କରୁଛି ବୋର୍ଡ ।