ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ପ୍ରକାଶ ପାଇଲା ସେଣ୍ଟ୍ରାଲ ବୋର୍ଡ ଅଫ ଏଜୁକେସନ(ସିବିଏସଇ) ଦଶମ ଶ୍ରେଣୀର ପରୀକ୍ଷା ଫଳ ।
ଆଗରୁ ଘୋଷଣା କରାଯାଇଥିଲା ଯେ ଅପରାହ୍ନ ୪ଟା ବେଳେ ଏହି ରେଜଲ୍ଟ ପ୍ରକାଶ ପାଇବ । କିନ୍ତୁ ଏହା ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରକାଶ ପାଇଛି । ସାରା ଦେଶରୁ ୧୬ ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ଓଡିଶାର ଥିଲେ ୧୮ ହଜାର ଛାତ୍ରଛାତ୍ରୀ ।
ଚଳିତ ବର୍ଷ ଏହି ରେଜଲ୍ଟରେ ସର୍ବମୋଟ ପାସ୍ ହାର ରହିଛି ୮୬.୭ ପ୍ରତିଶତ । ସେଥିରୁ ପୁଅମାନଙ୍କର ପାସ ହାର ୮୫.୩୨ ପତିଶତ ଥିବା ବେଳେ ଝିଅମାନଙ୍କ ପାସ୍ ହାର ରହିଛି ୮୮.୬୭୫ ପତିଶତ ।
ଛାତ୍ରଛାତ୍ରୀମାନେ ସେମାନଙ୍କର ଫଳାଫଳ ସିବିଏସଇ ର ଅଫିସିଆଲ ୱେବସାଇଟ www.cbseresults.nic.in ରେ ଦେଖିପାରିବେ ।