ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସିବିଏସଇ ବୋର୍ଡ ଛାତ୍ରଛାତ୍ରୀଙ୍କ ପରୀକ୍ଷା କୁ ନେଇ ହୋଇଥିବା ଅପେକ୍ଷାର ଅନ୍ତ ଘଟିଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା (ସିବିଏସଇ) ବୋର୍ଡ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବାକି ରହିଥିବା ପରୀକ୍ଷାର ତାରିଖ ଘୋଷଣା କରାଯାଇଛି । ଏନେଇ ଡା. ରମେଶ ପୋଖରିୟାଲ ନିଶଙ୍କ ଟ୍ୱିଟ କରିବା ସହ ପରିକ୍ଷା ସେଡ୍ୟୁଲ ପୋଷ୍ଟ କରିଛନ୍ତି । ଏହାବ୍ୟତିତ ସିବିଏସଇ ର ଅଫିସିଆଲ ୱେବସାଇଟରେ ବି ୧୦ମ ଏବଂ ୧୨ତମ ଶ୍ରେଣୀ ପରୀକ୍ଷାର ସେଡ୍ୟୁଲ ଅପଲୋଡ କରାଯାଇଛି । ସେହିଅନୁଯାୟୀ ପିଲାଙ୍କ ପରୀକ୍ଷା ଜୁଲାଇ ୧ ରୁ ଆରମ୍ଭ ହୋଇଯିବ ।
Dear students of class 12th of #CBSE Board here is the date sheet for your board exams.
All the best 👍#StaySafe #StudyWell@HRDMinistry @mygovindia@cbseindia29 @PIB_India @MIB_India @DDNewslive pic.twitter.com/2ug6Dw8ugA
— Dr Ramesh Pokhriyal Nishank (@DrRPNishank) May 18, 2020
ଦଶମ ଶ୍ରେଣୀର ପ୍ରଥମ ପେପର ଜୁଲାଇ ୧ ରେ ହେବାକୁ ଥିବା ବେଳେ ଜୁଲାଇ ୧୫ ରେ ଇଂରାଜୀ ଏବଂ ଜୁଲାଇ ୧୦ ତାରିଖରେ ହିନ୍ଦୀ ପରୀକ୍ଷା ହେବ ।
ସେହିପରି ଦ୍ୱାଦଶ ପିଲାଙ୍କର ଜୁଲାଇ ୨ ରେ ହିନ୍ଦୀ, ଜୁଲାଇ ୩ ରେ ଫିଜିକ୍ସ, ଜୁଲାଇ ୪ ରେ ଆକାଉଣ୍ଟସ, ଜୁଲାଇ ୬ରେ କେମେଷ୍ଟ୍ରୀ, ଜୁଲାଇ ୭ ରେ କମ୍ପ୍ୟୁଟର ଏବଂ ଜୁଲାଇ ୮ରେ ଇଂରାଜୀ ପରୀକ୍ଷା ।