ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଆଜି ଡେଟସିଟ୍ ଜାରି କରାଯିବ । ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କେବଳ କୁହାଯାଇଛି କି ମେ’ ୪ ରେ ପରୀକ୍ଷା ହେବ କିନ୍ତୁ ଏପର୍ଯ୍ୟନ୍ତ କେଉଁ ତାରିଖରେ କେଉଁ ବିଷୟର ପରୀକ୍ଷା ହେବ ସେନେଇ ଘୋଷଣା ହୋଇନାହିଁ । ସେଥିପାଇଁ ଆଜି ବୋର୍ଡ ପକ୍ଷରୁ ଡେଟସିଟ୍ ଜାରି କରାଯିବ । ଏନେଇ ପୂର୍ବରୁ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଘୋଷଣା କରିଥିଲେ ।
ବୋର୍ଡ ପକ୍ଷରୁ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଡେଟସିଟ୍ ଜାରି ହେବା ପରେ ସିବିଏସଇ ର ଅଫିସିଆଲ ୱେବସାଇଟ ସିବିଏସଇ.ଜିଓଭି.ଇନ୍ ରୁ ଡାଉନଲୋଡ କରାଯାଇପାରିବ । ଏହାସହିତ ଚଳିତବର୍ଷ ବୋର୍ଡ ପକ୍ଷରୁ ପରୀକ୍ଷା ପାଇଁ ଲାଗୁ ହେବାକୁ ଥିବା ନିୟମ ର ସୂଚନା ମଧ୍ୟ ଡେଟସିଟ୍ ରେ ଦିଆଯିବ ।
ଡେଟସିଟ୍ ଡାଉନଲେଶଡ କରିବାକୁ ହେଲେ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ସିବିଏସଇ ର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ଏହାପରେ ଅପଡେଟ ସେକ୍ସନ ଭିତରେ ଡେଟସିଟ୍ ର ଲିଙ୍କ ଉପରେ କ୍ଲିକ କରିବାକୁ ହେବ । ପୁଣି ନିଜ ଶ୍ରେଣୀ ଚୟନ କରି ଡେଟସିଟ୍ ର ପିଡିଏଫ ଫାଇଲ ଡାଉନଲୋଡ କରିପାରିବେ ।