ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ନୂତନ ଅଧ୍ୟକ୍ଷ ଭାବେ ଆଧିକାରିକ ରୂପେ ପଦଭାର ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜା । ଏହି ଅବସରରେ ସେ ବୋର୍ଡର ବରିଷ୍ଠ ଅଧିକାରୀଙ୍କ ସହ ଅନେକ ଜରୁରି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହାପୂର୍ବରୁ ଅନୀତା କରୱାଲ ସିବିଏସଇ ର ଅଧ୍ୟକ୍ଷ ଥିଲେ ।
ମନୋଜ ଆହୁଜା ଏହା ପୂର୍ବରୁ ମସୁରୀରେ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀ ବିଶେଷ ନିର୍ଦ୍ଦେଶକ ପଦରେ ନିଯୁକ୍ତି ହୋଇଥିଲେ । ସେ ୧୯୯୦ ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଧିକାରୀ । ସେ ପଟିୟାଲାର ଥାପର ଇଂଷ୍ଟିଚ୍ୟୁଟ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ମେକାନିକାଲରେ ବିଇ ଏବଂ ପଞ୍ଜାବ ୟୁନିଭରସିଟି ରେ ଏମବିଏ କରିଛନ୍ତି । କେବଳ ଏତିକି ନୁହେଁ ସେ ହାବର୍ଡ ୟୁନିଭରସିଟିରୁ ଲୋକ ପ୍ରଶାସନରେ ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ କରିଛନ୍ତି । ତାଙ୍କ ନାମରେ ଅନେକ ଟ୍ରେନିଂ ମଡ୍ୟୁଲ ଏବଂ ରସର୍ଚ ପେପର ରହିଛି । ସିବିଏସଇ ଦ୍ୱାରା ଜାରି ପ୍ରେସ ରିଲିଜ୍ ମୁତାବକ,ମନୋଜ ଆହୁଜା ଜଣେ ଅନୁଭବି ଏବଂ ପେସାର ବୈଶିଷ୍ଟ୍ୟସମୂହ ।