ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ସିବିଏସଇ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସଇ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକର ଏହି ପରୀକ୍ଷା ଆରମ୍ଭ ହେବ । ଅଫଲାଇନ ମୋଡରେ ଚାଲିବ ପରୀକ୍ଷା ।
ପରୀକ୍ଷାର୍ଥୀମାନେ ପୂର୍ବାହ୍ନ ୧୦ ସୁଦ୍ଧା ନିଜ ସିଟ୍ ରେ ବସିବେ । ୧୦ ଟା ୧୫ ସୁଦ୍ଧା କରାଯିବ ପ୍ରଶ୍ନପତ୍ର ବଣ୍ଟନ । ପ୍ରଶ୍ନପତ୍ର ପଢିବା ପାଇଁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍ ସମୟ ମିଳିବ ।
ପାଖାପାଖି ୧୮ ହଜାର ପିଲା ଦ୍ୱାଦଶ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଥିବା ବେଳେ ୩୦ ହଜାର ପିଲା ଦଶମ ଶ୍ରେୀ ପରୀକ୍ଷାରେ ଅଂଶଗ୍ରହଣ କରିବେ । କୋଭିଡ ଗାଇଡଲାଇନ ମାନି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଛି ।