ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ର ବାକି ରହି ଯାଇଥିବା ପରୀକ୍ଷାକୁ ନେଇ ଶେଷ ନିଷ୍ପତି ସାମ୍ନାକୁ ଆସିଛି । ସିବିଏସଇ ର ଦଶମ ଏବଂ ଦ୍ୱାଦଶ ର ୧ ରୁ ୧୫ ଜୁଲାଇ ମଧ୍ୟରେ ହେବାକୁ ଥିବା ପରୀକ୍ଷାକୁ ରଦ୍ଦ କରିବାର ନିଷ୍ପତି ନିଆଯାଇଛି । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ସିବିଏସଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି କି, ମହାରାଷ୍ଟ୍ର, ଦିଲ୍ଲୀ, ଓଡିଶା ବର୍ତ୍ତମାନର କରୋନା ପରିସ୍ଥିତିରେ ପରୀକ୍ଷା କରିବା ପାଇଁ ଅସମର୍ଥ ।
ଅନ୍ୟପଟେ ସିବିଏସଇ ର ଏହି ନିଷ୍ପତିର ପ୍ରଭାବ ଆଇସିଏସଇ ବୋର୍ଡର ବାକି ରହିଥିବା ପରୀକ୍ଷା ଉପରେ ବି ପଡିପାରେ । ଆସନ୍ତା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା କରିବାକୁ ସିବିଏସଇ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ପରେ ଏହି ପରୀକ୍ଷା କରିବା ନେଇ ଅଭିଭାବକମାନେ ମିଳିତ ରୂପେ ବିରୋଧ କରିଥିଲେ ।
କରୋନା ସ୍ଥିତିରି ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅଭିଭାବକ ।