ଜୟପୁର (ଏଟିଆର ବ୍ୟୁରୋ):ବିିଶ୍ୱବିଦ୍ୟାଳୟରେ ପରିଣତ ହେଲା ଜୟପୁରର ପ୍ରସିଦ୍ଧ ବିକ୍ରମଦେବ ମହାବିଦ୍ୟାଳୟ । ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କ ଦୀର୍ଘ ଦିନ ଦାବି ପୂରଣ ହୋଇଛି ବୋଲି ଖୁସୀ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।