ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ଲାଗି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବହୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ବର୍ତ୍ତମାନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ବଡ ପଦକ୍ଷପ ଗ୍ରହଣ କରାଯାଇଛି । ଏଣିକି କଲେଜରେ ଏକ୍ସଟ୍ରା କ୍ଲାସ କରାଯିବ । କଲେଜରେ ଯେଉଁ ଛାତ୍ରଛାତ୍ରୀ ମାନଙ୍କର ଉପସ୍ଥାପନା କମ ରହିଛି ସେମାନଙ୍କ ପାଇଁ ଏକ୍ସଟ୍ରା କ୍ଲାସ ହେବ ।
ଏହା ସହ ଏହି ଏକ୍ସଟ୍ରା କ୍ଲାସରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସାମିଲ କରାଯିବ । ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଏହି ଏକ୍ସଟ୍ରା କ୍ଲାସ ମୁଖ୍ୟତଃ ପ୍ରାକ୍ଟିକାଲ କ୍ଲାସକୁ ଅଧିକ ଗୁରୁତ୍ୱ ଦିଆଯିବ । ଉପସ୍ଥାପନା କମ ଥିବା ଛାତ୍ରଛାତ୍ରୀ ମଧ୍ୟ କିଭଳି ପରୀକ୍ଷାରେ ଭଲ ଫଳା ଫଳ କରିବେ ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇ ଥିବାର ସୂଚନା ମିଳିଛି ।