ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) କୁ ନିର୍ଦ୍ଦେଶ । ସେହି ଅନୁଯାୟୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର-ଛାତ୍ରୀଙ୍କୁ ଆଗାମୀ ଶ୍ରେଣୀକୁ ଉତ୍ତିର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତିତ ନବମରୁ ଏକାଦଶ ଛାତ୍ର-ଛାତ୍ରୀଙ୍କର ଏପର୍ଯ୍ୟନ୍ତର ପ୍ରୋଜେକ୍ଟସ , ମାସିକ ପରୀକ୍ଷା ଏବଂ ଆନ୍ତରିକ ଆକଳନ ଅଧାରରେ ସେମାନଙ୍କୁ ଉତିର୍ଣ୍ଣ କରାଯିବକୁ କୁହାଯାଇଛି । ଏହି ନିୟମ ଅନୁଯାୟୀ ଯଦି କୌଣସି ଛାତ୍ର-ଛାତ୍ରୀଙ୍କୁ ଉର୍ତ୍ତିର୍ଣ୍ଣ କରାଯାଉ ନାହିଁ ତେବେ ସେମାନେ ସ୍କୁଲ ସ୍ତରରେ ଅନଲାଇନ୍ ବା ଅଫଲାଇନ୍ ପରୀକ୍ଷା ଦେଇପାରିବେ । ଏନେଇ ମାନବ ସଂସାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
📢 Announcement
In view of the current situation due to #COVID19, I have advised @cbseindia29 to promote ALL students studying in classes I-VIII to the next class/grade. #CoronavirusPandemic pic.twitter.com/zvklNiJ4Tj— Dr Ramesh Pokhriyal Nishank (@DrRPNishank) April 1, 2020
Students studying in classes IX & XI will be promoted to next class/grade based on the school-based assessments including projects, periodic tests, term exams, etc. conducted so far.#CoronavirusPandemic
— Dr Ramesh Pokhriyal Nishank (@DrRPNishank) April 1, 2020
ମନ୍ତ୍ରାଳୟର ଏହି ଟ୍ୱିଟ୍ ପରେ ଦେଶର ସମସ୍ତ ସିବିଏସଇ ଛାତ୍ର-ଛତ୍ରୀ ଏବଂ ଅଭିଭାବକ ଏହି ନିର୍ଦ୍ଦେଶର ଅପେକ୍ଷା କରିଛନ୍ତି । ଅନେକ ରାଜ୍ୟ ଏବଂ ରାଜ୍ୟ ବୋର୍ଡ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି କି ପ୍ରଥମ ରୁ ୮ମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କୁ ବିନା ପରୀକ୍ଷାରେ ଆଗାମୀ ଶ୍ରେଣୀକୁ ପଠାଯିବ । କିନ୍ତୁ ସିବିଏସଇ ସ୍କୁଲରେ ଛାତ୍ର-ଛତ୍ରୀଙ୍କ ଭବିଷ୍ୟର ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ ।
ସେହିପରି ବୋର୍ଡ ପକ୍ଷରୁ ପୂର୍ବରୁ ସୂଚନା ଜାରି କରାଯାଇଥିଲା କି, ମାଚ୍ଚ ୧୯ ରୁ ୩୧ ପର୍ଯ୍ୟନ୍ତ ୧୦ମ ଏବଂ ଦ୍ୱାଦଶର ଯାହା ବି ପରୀକ୍ଷା ହେବାକୁ ଥିଲା, ସେଗୁଡିକ ସ୍ଥଗିତ କରାଯାଇଛି । ଏ ପରୀକ୍ଷା କେବେ ହେବେ ତାହା ବର୍ତ୍ତମାନ ସ୍ଥତିରେ କହିବା ସମ୍ଭବ ନୁହେଁ । ସେଥିପାଇଁ ସ୍ଥିତି ସମୀକ୍ଷା ପରେ ବାକି ରହିଥିବା ପରୀକ୍ଷା ହେବା ପାଇଁ ନୂତନ ତାଲିକା ଜାରି କରାଯିବ ।
ଏହାସହିତ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ୨୯ ଟି ମୁଖ୍ୟ ବିଷୟରେ ପରୀକ୍ଷା ଦେବେ ବୋଲି ଘୋଷଣା କରାଯାଇଛି । ଯେଉଁ ବିଷୟ ଗୁଡିକ ବଡ ବଡ ବିଶ୍ୱବିଦ୍ୟାଳରେ ନାମ ଲେଖାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଅନ୍ୟ ବିଷୟରେ ପରୀକ୍ଷା କରାଯିବ ନାହିଁ । ଉତ୍ତର ଖାତାର ଶୀଘ୍ର ମୂଲାୟନ କରାଯିବ ।