ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ଘରୋଇ ଅଭିଭାବକ ମାଂନକୁ ଏବେ ମିଳିଛି ସାମାନ୍ୟ ଆସ୍ୱସ୍ତି। ଘରୋଇ ସ୍କୁଲ ଗୁଡିକ ସେମାନଙ୍କ ସିଲାବସ ୱେବ ସାଇଟରେ ଉପଲବ୍ଧ ରହିଛିକି ନାଁ ଏହାସହିତ ସେମାନେ ଏନସିଆରଟି ଗାଇଡ ଲାଇନ ଫଲୋ କରୁଛନ୍ତି କି ନାହିଁ ତା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।ଏନେଇ ଘରୋଇ ସ୍କୁଲ ଡିଓ ଓ ନିର୍ଦେଶକ ମାନଙ୍କୁ ନିର୍ଦେଶ ଦିଆ ଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଏସଏମଏସ , whatsapp କିମ୍ଭା ଇମେଲ ଜରିଆରେ ଅଭିଭାବକ ମାନଙ୍କୁ ବହିର ସୁଚାଙ୍କ ନେଇ ସୂଚନା ଦେବେ ।
ସୂଚନାଯୋଗ୍ୟ ଓଡିଶା ମାନବ ଅଧିକାର କମିଶନ ଗତ ୨୦ ଦିନ ତଳେ ଏହାକୁ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦେଶ ନାମା ଜାରି ହେବା ପରେ ଘରୋଇ ସ୍କୁଲ ଅଭିଭାବକ ମହାସଙ୍ଗ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦେଶ ନାମାକୁ ସ୍ୱାଗତ କରାଯାଇଛି । ଘରୋଇ ସ୍କୁଲ ଗୁଡିକର ପୁସ୍ତକ ସୂଚୀ ୱେବସାଇଟରେ ପ୍ରକାଶ ହେଲେ ଅଭିଭାବକ ମାନେ ବହି ଗୁଡିକ ବଜାରରୁ କିଣିବାର ସୁଯୋଗ ପାଇବେ ।