ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାଟ୍ରିକ ଅଫଲାଇନ ପରୀକ୍ଷାର ମୂଲ୍ୟାୟନ ଆଜିଠୁ ଆରମ୍ଭ ହୋଇଛି । ୭ ଟି ଜିଲ୍ଲାରେ ତଥା କଟକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ ଏବଂ ନୟାଗଡର ୯ଟି କେନ୍ଦ୍ରରେ ଖାତା ଦେଖା ଯାଉଛି । ଖାତାଦେଖା ପାଇଁ ୧୫୦୦ ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ଅଛନ୍ତି ।
ଗତକାଲି ଶିକ୍ଷକ ଶିକ୍ଷୟତ୍ରୀମାନେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରିଥିଲେ । ଆଜିଠୁ କୋଭିଡ କଟକଣା ଭିତରେ ଖାତା ଦେଖୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ୩ ଦିନ ଭିତରେ ଶେଷ ହେବ ଖାତା ଦେଖା । ଏହାପରେ ଅଗଷ୍ଟ ଶେଷ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ ।