ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ବର୍ଷ ମାଟ୍ରକି ପରୀକ୍ଷା ଆରମ୍ଭରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଓଡିଆ ପ୍ରଶ୍ନପତ୍ର ଲିକ ହୋଇଥିବା ଘଟଣାରେ ପୂର୍ବରୁ ୧୧ ଜଣଙ୍କୁ ସସପେଣ୍ଟ କରାଯାଇଥିବା ବେଳେ ଏବେ ୪ ଜଣଙ୍କୁ ଗିରଫ କରାଯାଇଛି । ଏହି ୪ ଜଣଭ୍କ ମଧ୍ୟରେ ଜଣେ ଜେରକ୍ସ ଦୋକାନୀ ଏବଂ ୩ଜଣ ଅଭିଭାବକ ଅଛନ୍ତି । ବନ୍ଧୁଗାଁ ହାଇସ୍କୁଲରେ ପ୍ରଥମେ ପ୍ରଶ୍ନପତ୍ର ଲିକ ହୋଇଥିଲା । ଏହା ପରେ ରାଜ୍ୟରେ ଆହୁରି ବିଭିନ୍ନ ଜାଗାରେ ମଧ୍ୟ ପ୍ରଶ୍ନପତ୍ର ଲିକ ହୋଇଥିଲା । ଏହି ଘଟଣାର ତଦନ୍ତ ଜାରି ରହିଛି । ଏଥିରେ ଯେଉଁମାନେ ସମ୍ପୃକ୍ତ ଥିବେ ସେମାନେ ବନ୍ଧା ହେବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମାଟ୍ରିକ ପରୀକ୍ଷାରେ ଚଳିତ ବର୍ଷ ପ୍ରଥମେ ବନ୍ଧୁଗାଁ ହାଇସ୍କୁଲରୁ ଭାଇରାଲ ହୋଇଥିବା ସୂଚନା ମିଳିଥିଲା । ପରୀକ୍ଷା ସୁପରିଟେଣ୍ଡେଣ୍ଟ ଏବଂ ଜଣେ ଶିକ୍ଷକଙ୍କ ନାମରେ ମଧ୍ୟ ଥାନାରେ ମାମଲା ରୁଜୁ ହୋଇଛି । ତେବେ ଏହି ଘଟଣାରେ ୧୧ ଜଣଙ୍କୁ ସସପେଣ୍ଟ କରାଯାଇଛି । ଏହାପରେ ଇଂଲିସ ଏବଂ ହିନ୍ଦି ପରୀକ୍ଷାରେ ମଧ୍ୟ ପ୍ରଶ୍ନପତ୍ର ଲିକ ହୋଇଥିବା ଗୁଜବ ଉଠିଥିଲା । ଚଳିତ ବର୍ଷ ଆରମ୍ଭରୁ ହିଁ ବିବାଦରେ ରହିଆସିଛି ମାଟ୍ରିକ ପରୀକ୍ଷା । ବାରମ୍ବାର ଏଭଳି ଅଘଟଣ ପାଇଁ ଭୟଭୀତ ହୋଇପଡିଛନ୍ତି ଛାତ୍ର ଛାତ୍ରୀ ।
ଗତବର୍ଷ ବାରମ୍ବାର ପ୍ରଶ୍ନପତ୍ର ଲିକ ହୋଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ପରୀକ୍ଷାର୍ଥୀମାନେ ମଧ୍ୟ ଚିନ୍ତାରେ ପଡିଥିଲେ । ଏଣୁ ଚଳିତ ବର୍ଷ ପରୀକ୍ଷାକୁ କଡାକଡି କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । କିନ୍ତୁ ପରୀକ୍ଷାର ଆରମ୍ଭ ଦିନରୁ ହିଁ ବେଙ୍ଗା ହୋଇଯାଇଥିଲା । ଯାହା ଫଳରେ ଛାତ୍ର ଛାତ୍ରୀମାନେ ବହୁତ ଚିନ୍ତାରେ ମଧ୍ୟ ରହିଛନ୍ତି ।