ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ବର୍ଷ ଠାରୁ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭଗ ଆଧାରରେ ପାଠ୍ୟକ୍ରମରେ ସାମିଲ କରାଯିବ । ଏଭଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏହା ସହ ସେ କହିଛନ୍ତି, ସ୍କୁଲ ଗୁଡିକ ଛୁଟି ହେବା ପୂର୍ବରୁ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରାଯିବ । ଚଳିତ ବର୍ଷ ବହି ବଣ୍ଟା ସରିଛି । ତେବେ ଚଳିତ ବର୍ଷ ବନ୍ଦେ ଉତ୍କଳ ଳ ଜନନୀ ସଂଗୀତ ପାଇଁ ସ୍ୱତନ୍ତ୍ର ପୁସ୍ତିକାର ବ୍ୟବସ୍ଥା କରାଯାଇଛି । ବନ୍ଦେ ଉତ୍କଳ ଜନନୀ ଗୀତକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭାଗ ପଦକ୍ଷେପ ନେବ ।
ଏହା ସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ବନ୍ଦେ ଉତ୍କଳ ଜନନୀ ସଂଗୀତ ସହ କାନ୍ତକବିଙ୍କ ସମ୍ପର୍କରେ ମଧ୍ୟ ପାଠ୍ୟକ୍ରମରେ ସ୍ଥାନ ପାଇବ । ସୂଚନାଯେଗ୍ୟ ଗତକାଲି ବସିଥିବା କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ରାଜ୍ୟ ସଂଗୀତ ଭାବେ ସରକାରୀ ମାନ୍ୟତା ଦେଇଛନ୍ତି । ତେବେ ବିଧାନସଭାରେ ବିଧିବଦ୍ଧ ବିଲ୍ ଆସିବା ପରେ ଏହା ରାଜ୍ୟ ସରକାରୀ ସଂଗୀତ ଭାବେ କାର୍ଯ୍ୟ କରିବ ।