ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବାରମ୍ବାର ତାଗିଦ କରିବା ସତ୍ୱେ ଗୋଟିଏ ପରେ ଗୋଟିଏ ପବ୍ଳିକ ସ୍କୁଲ ଛତୁ ଫୁଟିଲା ଭଳି ଖୋଲିବାରେ ଲାଗିଛି । ଏମାନେ ସରକାରଙ୍କ ଠାରୁ ଉପଯୁକ୍ତ ଏନଓସି ନଦେଇ ବେଆଇନ ଭାବରେ ମନଇଛା ଖୋଲୁଛନ୍ତି ସ୍କୁଲ । ଏଣୁ ଏହି ସବୁ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ ନପଢ଼ାଇବା ପାଇଁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ । ସରକାରଙ୍କ ଦ୍ୱାରା ଏନଓସି ସ୍ୱୀକୃତି ପାଇଥିବା ସ୍କୁଲ ନାମ ପ୍ରକାଶ କରିଛନ୍ତି ।
ଏହି ସବୁ ସ୍କୁଲ ଭିତରେ ଓଡିଶାର ଅନେକ ସ୍କୁଲ ରହିଛି । ତେବେ ଏହି ସବୁ ସ୍କୁଲ ମଧ୍ୟରେ ସବୁ ଜିଲ୍ଳାରେ ଥିବା ପବ୍ଳିକ ସ୍କୁଲର ନାଁ ପ୍ରକାଶ ପାଇଛି । ତେବେ ଏହି ଭିତରେ ସର୍ବନିମ୍ନ ଅଛନ୍ତି କେନ୍ଦ୍ରାପଡା,ଢ଼େଙ୍କାନାଳ ଏବଂ ସୁବର୍ଣ୍ଣପୁରରେ ମାତ୍ର ଗୋଟିଏ ଲେଖାଏଁ ସ୍ଥାନ ପାଇଥିବା ବେଳେ ଖୋର୍ଦ୍ଧା ିଲ୍ଲାରେ ସର୍ବାଧିକ ୪୮ଟି ରହିଛି । ଏହା ପଛକୁ ଅନୁଗୁଳର ୯ଟି ,ଭଦ୍ରକରେ ୬ଟି,ବଲାଙ୍ଗୀର ୧୦ଟି,ବରଗଡ ୧୧ଟି,କଟକରେ ୨୫ଟି,ଗଞ୍ଜମରେ ୨୮ଟି, ଜଗତସିଂହପୁରରେ ୩ଟି, ଯାଜପୁରରେ ୯ଟି, ଝାରସୁଗୁଡ଼ାରେ ୧୦ଟି, କଳାହାଣ୍ଡିରେ ୭ଟି, କେଉଁଝରରେ ୮ଟି, କୋରାପୁଟରେ ୧୦ଟି, କନ୍ଧମାଳରେ ୪ଟି, ମୟୂରଭଞ୍ଜରେ ୧୦ଟି, ମାଲାକାନାଗିରିରେ ୨ଟି, ରାୟଗଡ଼ାରେ ୧୦ଟି, ନୟାଗଡ଼ରେ ୨ଟି, ନୂଆପଡ଼ାରେ ୪ଟି, ପୁରୀରେ ୧୧ଟି, ସମ୍ବଲପୁରରେ ୧୨ଟି, ସୁନ୍ଦରଗଡ଼ରେ ୩୪ଟି ସ୍ଥାନ ପାଇଛି ।