ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶିକ୍ଷା ବିଭାଗ ଉପରେ ମହାମାରୀ କରୋନାର ଅଧିକ ପ୍ରଭାବ ପଡିଛି । ନା ସ୍କୁଲ ଖୋଲୁଛି , ନା ପିଲା କ୍ଲାସ ରୁମ୍ ରେ ବସି ପାଠ ପଢୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସିଲାବସ୍ ର ୩୦ ପ୍ରତିଶତ ହ୍ରାସ କରାଯାଇଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ମହାମାରୀ କରୋନା ସଂକ୍ରମଣକୁ ଦେଖି ବନ୍ଦ ରହିଛି ସ୍କୁଲ । କିନ୍ତୁ କେବେ ସ୍କୁଲ ଖୋଲିବ ସେନେଇ କୌଣସି ନିଷ୍ପତି ନିଆ ଯାଇନାହିଁ । ବତ୍ତର୍ମାନ ଅନଲାଇନ ମାଧ୍ୟମରେ ତଥା ୟୁଟ୍ୟୁବରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଛି । ସପ୍ତାହରେ ପାଞ୍ଚ ଦିନ ୟୁଟ୍ୟୁବରେ ପାଠ ପଢିବେ ପିଲା । ଏଭଳି ଜୁଲାଇ ୭ ଯାଏଁ ଚାଲିବ । ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପୁଣି କୌଣସି ନିଷ୍ପତି ନେବେ ।