ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଉଁସିଲ ଫର୍ ଦି ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ୍ (ସିଆଇଏସସିଇ) ଦ୍ୱାରା ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ଘୋଷଣା କରାଯିବ । ଆଜି ଅପରାହ୍ନ ୩ଟା ବେଳେ ଫଳାଫଳ ପ୍ରକାଶ ପାଇବ । ଇଣ୍ଡିଆନ୍ ସାର୍ଟିଫିକେଟ ଅଫ୍ ସେକେଣ୍ଡାରୀ ଏଜୁକେସନ (ଆଇସିଏସଇ) ର ଅଫିସିଆଲ ୱେବସାଇଟ୍ ରେ ଏନେଇ ସୂଚନା ଦିଆଯାଇଛି । ଛାତ୍ରାଛାତ୍ରୀ ମାନେ ସେମାନଙ୍କ ପରୀକ୍ଷା ଫଳାଫଳ ଦେଖିବା ପାଇଁ cisce.org ୱେବସାଇଟକୁ ଯାଇ ଦେଖି ପାରିବେ ।
ଏହାପୁର୍ବରୁ ଜୁନ୍ ମାସରେ ଆଇସିଏସଇ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟକୁ ସୁଚିତ କରାଯାଇଥିଲା କି ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ଫଳାଫଳ ଜୁଲାଇ ମାସ ମଧ୍ୟ ବେଳକୁ ଘୋଷଣା କରାଯିବ ।
ସୂଚନାଯୋଗ୍ୟ, ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପୂର୍ବ ପରୀକ୍ଷା ଏବଂ ଇଂଟରନାଲ ଆସେସମେଣ୍ଟଅନୁଯାୟୀ ମାର୍କ ଦିଆଯିବ । ଏହାସହିତ ବୋର୍ଡ ପକ୍ଷରୁ ସୁବିଧା କରାଯାଇଛି କି ଯେଉଁ ଛାତ୍ରଛାତ୍ରୀ ତାଙ୍କ ମାର୍କ ଦ୍ୱାରା ସନ୍ତୁଷ୍ଟ ନଥିବେ ସେମାନେ ଆଗକୁ ହେବାକୁ ଥିବା ପରୀକ୍ଷାରେ ଭାଗ ନେଇ ପାରିବେ ।