ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ଲେସ୍କୁଲ ଉପରେ କଟକଣା ଲଗାଇଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଘରୋଇ ଫ୍ଲେସ୍କୁଲ ଗୁଡିକର ଭିତ୍ତିଭୂମି ଅନୁପାତରେ କର୍ମଚାରୀଙ୍କ ସଂଖ୍ୟା ଯାଞ୍ଚ କରାଯାଇ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି । ଯେଉଁ ମାନେ ନିୟମ ଉଲଙ୍ଘନ କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ଆୟୋଗ ।
ତେବେ ପ୍ଲେସ୍କୁଲ ପାଇଁ କରା ଯାଇଥିବା ନିୟମ ଗୁଡିକ ହେଲା ।
୧.ଏଣିକି ତିନି ବର୍ଷରୁ କମ ବୟସର ପିଲାଙ୍କ ନାମ ଲେଖା ଯାଇ ପାରିବ ନାହିଁ । ସର୍ବାଧିକ ୬ ବର୍ଷ ପର୍ଯ୍ୟନ୍ତ ପ୍ଲେସ୍କୁଲରେ ପଢ଼ି ପାରିବେ ପିଲା ।
୨.ସ୍କୁଲରେ ୨୦ ଜଣ ଶିଶୁଙ୍କ ପାଇଁ ଜଣେ ଆୟା ରହିବା ନିହାତି ଦରକାର
୩.ପ୍ଲେସ୍କୁଲ ପରିଷ୍କାର ପରିଛନ୍ନତା ଉପରେ ଧ୍ୟାନ ଦେବା ନିହାତି ଦରକାର
୪.ସ୍କୁଲ ଚାରିପଟେ ପାଚେରୀ ରହିବା ଦରକାର । ସ୍କୁଲ ପରିସରରେ ଶୈାଚାଳୟ,ଖେଳ ପଡିଆ ଏବଂ ଔଷଧ ରଖିବା ବାଧ୍ୟତା ମୂଳକ ।