ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୋଗ୍ୟ ଶିକ୍ଷକ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ଟିଚରର୍ସ ଏଲିଜିବିଲିଟି ଟେଷ୍ଟ ବା ପ୍ରବେଶିକା ପରୀକ୍ଷା କରାଇଥାଆନ୍ତି ଏବଂ ଏହି ପରୀକ୍ଷାରେ ଉତ୍ତିନ୍ନ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ପଦ ପାଇଁ ନିଯୁକ୍ତି ଦେଇଥାନ୍ତି ।ହେଲେ ଆଜି ବାଲେଶ୍ୱର ଫକୀରମୋହନ ୟୁନିଭରର୍ସିଟି ଓ ଉତ୍ତର ଓଡ଼ିଶା ୟୁନିଭର୍ସିଟିର ଇଣ୍ଟିଗ୍ରେଟେଡ଼େ ବିଇଡି ଓ ଏମଇଡି ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ପ୍ରତିବାଦରେ କରିଛନ୍ତି ପଦଯାତ୍ରା ।
ମିଳିଥିବା ସୂଚନା ମୁତାବକ, ଫକୀରମୋହନ ୟୁନିଭରର୍ସିଟି ଓ ଉତ୍ତର ଓଡ଼ିଶା ୟୁନିଭର୍ସିଟିର ବିଏଡି ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଟିଚରର୍ସ ଏଲିଜିବିଲିଟି ଟେଷ୍ଟ ବା ପ୍ରବେଶିକା ପରୀକ୍ଷାରୁ ବଂଚି କରାଯାଇଛି । ଯାହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ରାଜରାସ୍ଥାକୁ ଓହ୍ଲାଇ ପଦଯାତ୍ରା କରିଛନ୍ତି । ଛାତ୍ରଛାତ୍ରୀଙ୍କ କହିବା ମୁତାବକ ୟୁନିଭରର୍ସିଟିରୁ ବିଏଡ ପାଠ୍ୟକ୍ରମ ସାରିଥିବା ବେଳେ ସେମାନେ ଓଟିଇଟି ପରୀକ୍ଷା ଦେବାକୁ ଅନୁମତି ଦିଆଯାଉ ନାହିଁ । ଏହି ପ୍ରତିବାଦରେ ଛାତ୍ରଛାତ୍ରୀମାନେ ୟୁନିଭର୍ସିଟି କ୍ୟାମ୍ପସ ନିକଟ ରେମୁଣା ଗୋଲାଇ ଛକରୁ ପଦଯାତ୍ରାରେ ବାହାରି ଭୁବନେଶ୍ୱର ଯାଏଁ ଆସିବେ । ଏହା ପରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମସ୍ତ ସମ୍ପକ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ।