ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ଛୋଟ ପିଲାମାନେ ଯିବେ ଅଙ୍ଗନୱାଡି । ମାର୍ଚ୍ଚ ୨୮ ରେ ରାଜ୍ୟରେ ଖୋଲିବାକୁ ଯାଉଛି ଅଙ୍ଗନୱାଡି କେନ୍ଦ୍ର । କରୋନା ସଂକ୍ରମଣ ରାଜ୍ୟରେ ହ୍ରାସ ପାଇବା ପରେ ଛୋଟ ପିଲାଙ୍କ ପାଇଁ ଅଙ୍ଗନୱାଡି ଖୋଲିବାକୁ ନିଷ୍ପତି ନେଇଛନ୍ତି ସରକାର । ଏନେଇ ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି ।
ସକାଳ ସାଢେ ସାତଟାରୁ ସାଢେ ନଅଟା ଯାଏଁ ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନେ ପାଠ ପଢିବେ । ସମସ୍ତ କୋଭିଡ ପ୍ରୋଟୋକଲ ସହିତ ଚାଲିବ ଅଙ୍ଗନୱାଡି କେନ୍ଦ୍ର ।