ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଉତ୍କଳ ବିଦ୍ୟାଳୟର ଫାଟକ ଆଗରେ ଆଇନ ଛାତ୍ରଛାତୀଙ୍କ ବିକ୍ଷୋଭ । ୬ମାସରେ ୪ ଟି ସେମିଷ୍ଟାର ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ଏହୀ ବିକ୍ଷୋଭ ହୋଇଛି । ଯାହା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି କହିଛନ୍ତି ଛାତ୍ରଛାତୀ । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ୟୁନିଭରିସିଟି ଲ କଲେଜ, କ୍ୟାପିଟାଲ କଲେଜ, ଏମଏସ ଏ କଲେଜ ଓ ଦି ଲ କଲେଜର ଛାତ୍ରଛାତ୍ରୀମାନେ ଏହି ବିକ୍ଷୋବରେ ସାମିଲ ହୋଇଛନ୍ତି ।
ଶିକ୍ଷାର୍ଥୀଙ୍କ ୭,୮,୯,୧୦ ସେମିଷ୍ଟାର ଅନଲାଇନ ମାଧ୍ୟମରେ କରିବାକୁ କୁଳପତିଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ରେ ବସିବାକୁ ଥିବା କମିଟିରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।