ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ବର୍ଷ ମେଟ୍ରିକ ରେଜଲ୍ଟ ମେ୩ ପ୍ରଥମ ସପ୍ତାହରେ ବାହାରିପାରେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷାପରିଷଦ ପକ୍ଷରୁ ଶୁଣିବାକୁ ମିଳୁଛି । ମାର୍ଚ୍ଚ ୨୪ରୁ ଖାତା ଦେଖା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା । ଏବେ କମ୍ପୁଟର ଫାର୍ମରେ ମୂଲ୍ୟାୟନ କରିବା ପାଇଁ ରାଜ୍ୟ ବାହାରକୁ ପଠାଯାଇଥିବା ସୂଚନା ମିଳିଛି । ଏବେ ଚୂଡାନ୍ତ ଯାଞ୍ଚ ଚାଲିଛି । ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ତର ନିହାର ରଞ୍ଜନ ମହାନ୍ତି ରାଜ୍ୟ ବାହାରେ ଫର୍ମରେ ରହି ଚୂଡାନ୍ତ ପର୍ଯ୍ୟାୟ ଯାଞ୍ଚ କରୁଛନ୍ତି । ଏହି କାମ ବହୁତ ଶିଘ୍ର ସରିବା ସହିତ ମେ’ ପ୍ରଥମ ସପ୍ତାହରେ ହିଁ ରେଜଲ୍ଟ ପ୍ରକାଶ ପାଇବ ।
ଚଳିତ ବର୍ଷ ପରୀକ୍ଷା ଆରମ୍ଭରୁ ବିଶୃଙ୍ଖଳା ଦେଖା ଦେଇଥିଲା । ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଅପ୍ରିତିକର ପରିସ୍ଥିତି ମଧ୍ୟ ଉପୁଜିଥିଲା । ଏହି ପ୍ରଶ୍ନପତ୍ର ଭାଇରାଲ ପାଇଁ କିଛି କର୍ମଚାରୀଙ୍କ ଚାକିରୀ ମଧ୍ୟ ଯାଇଛି । ଏଣୁ ଖାତା ମୂଲ୍ୟାୟନରେ ସେଭଳି କିଛି ଭୁଲ ନହେବା ପାଇଁ କଡା ସୁରକ୍ଷାର ସହିତ କାମ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ପୂର୍ବରୁ କୁହାଯାଉଥିଲା କି ଏପ୍ରିଲ ଶେଷ ସପ୍ତାହରେ ଫଳାଫଳ ବାହାରିବା ପାଇଁ । କିନ୍ତୁ ଏବେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି କି ମେ୩ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ ।