ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏପ୍ରିଲ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ୩ ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୫୬ଟି କେନ୍ଦ୍ରରେ ହେବ ଖାତା ଦେଖା ।
ବିଏସଇ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଡର ଅନୁଯାୟୀ ତୃଟିଶୂନ୍ୟ ଭାବେ ମୂଲ୍ୟାୟନ ବ୍ୟବସ୍ଥା କରାଯାଇଛି । ସେହିପରି ଫଳାଫଳ ପ୍ରକାଶ ନେଇ ବିଏସଇ ସହ ଆଲୋଚନା କରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।