କଟକ(ଏଟିଆର ବ୍ୟୁରୋ); ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବଡ ଖବର । ଫେବୃଆରୀ ୨୦ ରୁ ଆରମ୍ଭ ପରୀକ୍ଷା । ମାଟ୍ରିକ ପରୀକ୍ଷା ଫେବୃଆରୀ ୨୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ଯାଏଁ ଚାଲିବ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ମାଟ୍ରିକ ପରୀକ୍ଷା ସହ ମଧ୍ୟମା ,ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ମାଟ୍ରିକ ପରୀକ୍ଷା ପରେ ମାର୍ଚ୍ଚ ୧୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ସେହିପରି ପରୀକ୍ଷା ପାଇଁ ଅକ୍ଟୋବର ମାସରୁ ଫର୍ମଫିଲଅପ ଆରମ୍ଭ ହେବ ।