ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାଟ୍ରିକ ସମେଟିଭ-୨ ପରୀକ୍ଷା ଆସନ୍ତା ୧୦ରୁ ତଥା ଶୁକ୍ରବାରଠୁ ଆରମ୍ଭ । ପରୀକ୍ଷାର ଏକ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଁଚିବେ ପରୀକ୍ଷାର୍ଥୀ । ପରୀକ୍ଷା କେନ୍ଦ୍ରକୁ କେବଳ ପେନ,ଆଡମିଟ୍ କାର୍ଡ ଓ ଜୋମେଟ୍ରି ବକ୍ସ ନେବାକୁ ଅନୁମତି ରହିଛି ।
ଚଳିତବର୍ଷ ପାଞ୍ଚଲକ୍ଷ ଏକଚାଳିଶ ହଜାର ଦୁଇ ଶହ ସତଚାଳିଶ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ମୋଟ ୩୨୧୮ ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏହାସହିତ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି ।