ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ମେଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍ ହାର ୭୦.୭୮ % ରହିଛି ।ଗତ ବର୍ଷ ତୁଳନାରେ ଏଥର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।୨୮୯ଟି ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଅପରପକ୍ଷରେ ୮୨ଟି ହାଇସ୍କୁଲରେ କେହି ଜଣେ ବି ପରୀକ୍ଷାର୍ଥୀ ପାସ୍ କରି ନାହାନ୍ତି। ୧୧୮୧ ପରୀକ୍ଷାର୍ଥୀ ଇ-୧ ଗ୍ରେଡ୍ରେ ପାସ୍ କରିଛନ୍ତି। ସେହିଭଳି ଇ-୨ରେ ୯୯୩୮ ଓ ଈ-୧ରେ ୨୪୯୯୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିସହ ଈ୨ରେ ୪୬,୩୧୯ , ଉରେ ୭୬, ୧୩୯, ଊରେ ୧, ୧୬, ୨୬୨ , ଋରେ ୧,୨୨,୦୬୭, ୠ.ରେ ୧,୬୩,୯୫୪ ପରୀକ୍ଷାର୍ଥୀ ପାସ କରିଛନ୍ତି।
ଦିନ ୧୧ଟାରେ ବୋର୍ଡ ଓ୍ବେବସାଇଟରେ ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ ପରୀକ୍ଷା ଫଳ ।ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ସକାଳ ୯ଟାରେ ପ୍ରକାଶ ପାଇଛି । ଦିନ ୧୧ଟାରୁ ବୋର୍ଡ ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ www.bseodisha.ac.in/www.bseodisha.nic.inରେ ଫଳ ଉପଲବ୍ଧ ହେବ । ଯେଉଁଠି ଇଣ୍ଟରନେଟ ସୁବିଧା ନଥିବ ସେଠାରେ ପରୀକ୍ଷାର୍ଥୀ ଝଗଝ ଜରିଆରେ ଫଳ ଜାଣିପାରିବେ । ମୋବାଇଲରେ ଙଜ୧୦ ଲେଖି ରୋଲନମ୍ବର ଲେଖି ୫୬୭୬୭୫୦ କୁ ପଠାଇ ରେଜଲ୍ଟ ଜାଣିପାରିବେ ।
ଚଳିତ ବର୍ଷ ପୁଅଙ୍କ ଅପେକ୍ଷା ଝିଅମାନେ ଅଧିକ ପାସ କରିଛନ୍ତି । ପୁଣିଥରେ ବାଜି ମାରି ନେଇଛନ୍ତି ଝିଅ । ୨ଲକ୍ଷ ୫ହଜାର ୪୭୦ ପାସ କରିଥିବା ବେଳେ ପଛରେ ପଡିଯାଇଛନ୍ତି ପୁଅ । ଚଳିତ ବର୍ଷ ୧ଲକ୍ଷ ୯୧ ହଜାର ୬୫୫ ଜଣ ପୁଅ ପାସ କରିଛନ୍ତି । ଆଜି ସକାଳେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ୟ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ର ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି।