କଟକ (ଏଟିଆର ବ୍ୟୁରୋ); ଶେଷ ହେଲା ମେଟ୍ରିକ ଖାତା ଦେଖା । ଏବେ ମାର୍କ ପୋଷ୍ଟିଂ ଏବଂ ଯାଞ୍ଚ ପ୍ରକିୟା ଆରମ୍ଭ ହୋଇଛି । ଚଳିତ ମାସ ଶେଷ ସପ୍ତାହ କିମ୍ବା ମେ’ ପ୍ରଥମ ସପ୍ତାହରେ ରେଜଲ୍ଟ ବାହାରିବ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ଏବଂ ଓଏମଆରସିଟ୍ ଗାଏବ ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିଲା ପରୀକ୍ଷା । ତେବେ ଖାତା ମୂଲ୍ୟାୟନରେ କୌଣସି ଭୁଲ ହୋଇନଥିବା ସୂଚନା ଦେଇଛି ଗଣଶିକ୍ଷା ବିଭାଗ ।
ଚଳିତ ବର୍ଷ ଆରମ୍ଭରୁ ହିଁ ଦେଖା ଦେଇଥିଲା ବିଭ୍ରାଟ । ମାତୃଭାଷା ଓଡିଆରୁ ହିଁ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର । ତେବେ ଆଗାମି ପରୀକ୍ଷାରେ ଭୁଲ ହେବ ନାହିଁ ବୋଲି ପ୍ରଶାସନ ଏବଂ ଗଣଶିକ୍ଷା ବିଭାଗ ସଚେତନ ହୋଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଥିଲେ । ପରୀକ୍ଷା ଶେଷ ପର୍ଯ୍ୟନ୍ତ ବିଭ୍ରାଟ ଲାଗି ରହିଥିଲା । ଚଳିତ ବର୍ଷ ଖାତା ଦେଖିବା ପାଇଁ ୧୬ହଜାର ୩୦ଜଣ ପରୀକ୍ଷକ ନିୟୋଜିତ ହୋଇଥିଲେ। ମୂଲ୍ୟାୟନ କାର୍ଯ୍ୟ ରାଜ୍ୟର ୬୦ଟି କେନ୍ଦ୍ର ଚାଲିଥିଲା। ଅନ୍ୟପକ୍ଷରେ ମାଟ୍ରିକ୍ର ଇଂରାଜୀ ପରୀକ୍ଷାରେ ମାସ୍ କପି ପାଇଁ ବଲାଙ୍ଗୀର ଜିଲ୍ଲା ଘୁଣସର ସରକାରୀ ନୋଡାଲ ହାଇସ୍କୁଲ, ଢ଼େଙ୍କାନାଳ ଜିଲ୍ଲାର ପି.ଆର.ହାଇସ୍କୁଲ ଓ କଟକ ଜିଲ୍ଲା ବଡ଼ମ୍ବା କ୍ଲବ୍ ଗୋପୀନାଥପୁର କୃପାସିନ୍ଧୁ ନୋଡାଲ ହାଇସ୍କୁଲ ମୋଟ ୬୭୫ଜଣ ପରୀକ୍ଷାର୍ଥୀ ସମେତ ମାଲକାନାଗିରିର ଏସ୍ଏସ୍ଡି ହାଇସ୍କୁଲ କେନ୍ଦ୍ରରେ ଗଣିତ ଓଏମ୍ଆର୍ ହଜିଥିବା ୧୦୮ଜଣ ପରୀକ୍ଷାର୍ଥୀଙ୍କ ବିଷୟରେ ଏଯାଏ ଆଲୋଚନା ହୋଇନାହିଁ।