କଟକ (ଏଟିଆର ବ୍ୟୁରୋ); ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ । ତେବେ ନିଦ୍ଧିଷ୍ଟ କେଉଁ ତାରିଖରେ ଫଳ ବାହାରିବ ତାହା ସ୍ପଷ୍ଟ ହୋଇନାହିଁ । ଆଜି ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜାରା । ତେବେ ସେ କହିଛନ୍ତି ରେଜଲ୍ଟକୁ ତୃଟି ଶୂନ୍ୟ ଏବଂ ନିର୍ଭୁଲ କରିବା ପାଇଁ ସମୟ ଲାଗୁଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖାଦେଇଥିଲା । ମାତୃଭାଷା ପରୀକ୍ଷା ଦିନଠାରୁ ସୋସିଆଲ ମିଡିଆରେ ଘୁରି ବୁଲିଥିଲା ପ୍ରଶ୍ନପତ୍ର । ତେବେ ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ବହୁ ଅଧିକାରୀ ଏବଂ ପ୍ରଶିକ୍ଷକଙ୍କ ଚାକିରୀ ଯିବା ସହିତ ଜେଲ ଦଣ୍ଡ ଭୋଗିବାକୁ ପଡିଛି । ଚଳିତ ବର୍ଷ ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବା ବୋଲି ପ୍ରଥମରୁ ସୂଚନା ଦିଆଯାଇଥିଲା । କିନ୍ତୁ ସାମୁଦ୍ରିକ ଝଡ ‘ଫୋନି’ ପାଇଁ ବିଳମ୍ବ ହୋଇଛି ରେଜଲ୍ଟ ।
ଚଳିତ ବର୍ଷ ଫେବୃଆରୀ ୨୨ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା। ୨୯୫୩ଟି କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା। ଖାତା ଦେଖା ଶେଷ ମଧ୍ୟ ହୋଇସାରିଛି । ସୂଚନାଯୋଗ୍ୟ, ଗତବର୍ଷ ମେ’୭ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।