ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳାଫଳ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀଙ୍କ ସୂଚନା ଅନୁସାରେ ଆସନ୍ତା ୩୦ ତାରିଖ ମଧ୍ୟରେ ମାଟ୍ରିକ ଖାତା ଦେଖା ଶେଷ ହେବ । ଅନ୍ୟପଟେ ଅନଲାଇନ୍ ଶିକ୍ଷା ଓ ଡିଜିଟାଲ ପାଠ୍ୟ ସାମଗ୍ରୀ ପ୍ରସ୍ତୁତ କରିବାକୁ ୪ଟି କମିଟି ଗଠନ କରିଛି ଗଣଶିକ୍ଷା ବିଭାଗ । ନବମ ଓ ଦଶମ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା କମିଟି ଓ ଏକାଦଶ ଓ ଦ୍ବାଦଶ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା କମିଟି। ଯେଉଁ ପିଲାମାନଙ୍କର ଅନଲାଇନ ଶିକ୍ଷା ପାଇଁ ସାମର୍ଥ୍ୟ ନାହିଁ ସେମାନଙ୍କୁ କିଭଳି ଭାବେ ପାଠ୍ୟ ପୁସ୍ତକ ସହ ପଢ଼ାଯାଇପାରିବା ସେନେଇ ଶିକ୍ଷକ ମାନଙ୍କୁ ପିଲାଙ୍କ ପାଖକୁ ପଠାଯିବ।
କରୋନା ମହାମାରୀରେ ସୁବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଛାତ୍ରାଛାତ୍ରୀ ମାନେ । ତେବେ ଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନଲାଇନ ପାଠ ପଢା ଆରମ୍ଭ କରାଯାଇଥିଲା । ହେଲେ ସବୁ ଯାଗାରେ ପିଲା ମାନେ ଅନଲାଇନରେ ପାଠ ପଢି ପାରୁ ନାହାନ୍ତି । ତେଣୁ ଛାତ୍ରାଛାତ୍ରୀଙ୍କ ପାଖରେ ଶିକ୍ଷକ ମାନେ ପହଞ୍ଚିବାର ବ୍ୟବସ୍ଥା କରାଯିବ । ସୂଚନାଯୋଗ୍ୟ ରାଜ୍ୟରେ ଚଳିତ ବର୍ଷ ସାଢେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରିକ୍ଷା ଦେଇଥିଲେ । ତେବେ ପରୀକ୍ଷା ସରିଯାଇ ଥିଲେ ମଧ୍ୟ କରୋନା ମହାମାରୀ ପାଇଁ ଖାତା ଦେଖା ହୋଇ ପାରୁ ନଥିଲା । ସ୍ଥିତି ସୁଧୁରିବା ପରେ କୋଭିଠ ଗାଇଡ ଲାଇନ ମାନି ଖାତା ଦେଖା ଆରମ୍ଭ କରାଯାଇଥିଲା ।