କଟକ (ଏଟିଆର ବ୍ୟୁରୋ); ମେଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀମାନେ ଆସନ୍ତା ୮ ତାରିଖରୁ ସପ୍ଳିମେଣ୍ଟାରୀ ପରୀକ୍ଷା ଦେବେ । ତେବେ ଆଜିଠାରୁ ଅନଲାଇନରେ ଛାତ୍ର ଛାତ୍ରୀଙ୍କ ଆଡମିଟ କାର୍ଡ ମିଳିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ସମସ୍ତ ଛାତ୍ରଛାତ୍ରୀମାନେ ବୋର୍ଡ ଦ୍ୱାରା ଉପଲବ୍ଧ ୱେବ୍ସାଇଟ୍ରେ ନିଜର ଆର୍ଡମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ । ପିଲାମାନେ www.bseodisha.ac.in ଆଡମିଟ କାର୍ଡ ପାଇପାରିବେ ।
ଚଳିତ ମାସ ୮ ତାରିଖରୁ ଆରମ୍ଭ ହେବ ମେଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା । ଜୁଲାଇ ୧୪ରେ ଶେଷ ହେବ ପରୀକ୍ଷା । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଜୁଲାଇ ୧୬ରୁ ଆରମ୍ଭ ହେବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟା ୩୦ ମିନିଟ୍ରେ ଶେଷ ହେବ । ପରୀକ୍ଷା ନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ରାଜ୍ୟର ୧୨୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୨୭ ହଜାର ୬୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିପରି ୫୫ଟି କେନ୍ଦ୍ରରେ ହେବ ରାଜ୍ୟ ଓପନ ସ୍କୁଲ ପରୀକ୍ଷା ହେବାକୁଥିବାବେଳେ ଏଥିପାଇଁ ୯ ହଜାର ୩୩ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ମେ’ ୨୧ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ ପିଲା ପରୀକ୍ଷା ଦେଇଥିଲେ। ଏଥିରେ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରଛାତ୍ରୀ ପାସ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ ହଜାର ୪୭୦ ଛାତ୍ରୀ ଓ ୧ ଲକ୍ଷ ୯୧ ହଜାର ୬୫୫ ଜଣ ଛାତ୍ର ପାସ୍ କରିଥିଲେ। ଚଳିତ ବର୍ଷ ପାସ୍ ହାର ୭୦.୭୮ % ଥିଲା। ଗତ ବର୍ଷ ତୁଳନାରେ ଏଥର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିଥିଲେ। ୨୮୯ଟି ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିଲା।